ବିଗ୍‌ ବସ୍‌ର ଆଗାମୀ ଏପିସୋଡ୍‌‌ରେ ନଜର ଆସିନପାରନ୍ତି ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଡ୍ରାଇଭର ଓ ୨ଜଣ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସଲମାନ୍‌ ନିଜକୁ ଆଇସୋଲେଟ୍‌ କରିଥିବା ସୂଚନା ମିଳିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସଲମାନ୍ ବିଗ୍‌ ବସ୍-୧୪ର ହୋଷ୍ଟ କରୁଛନ୍ତି। ତେଣୁ ଆଗାମୀ ଏପିସୋଡ୍‌ରେ ସେ ନଜର ଆସିନପାରନ୍ତି ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉ କି, ସଲମାନ୍‌ଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଷ୍ଟାଫ୍‌ମାନଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ଟେଷ୍ଟ୍‌ରୁ ୨ଜଣ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ଜଣାପଡ଼ିବା ପରେ ସଲମାନ୍ ‌ନିଜକୁ ଆଇସୋଲେଟ୍‌ କରିଥିବା ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

You might also like