ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ନଓ୍ୱାଜୁ‌ଦ୍ଦିନ୍‌

ମୁମ୍ବାଇ: ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ବଲିଉଡ୍ ଅଭିନେତା ନଓ୍ୱାଜୁ‌ଦ୍ଦିନ୍‌ ସିଦ୍ଦିକି। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। ଫିଲ୍ମ ‘Manjhi – The Mountain Man’  ମୁଖ୍ୟ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅଭିନେତା ନଓ୍ୱାଜୁ‌ଦ୍ଦିନ୍‌ ହାତରେ କୋଦାଳ ଧରି କ୍ଷେତରେ କାମ କରୁଥିବା ଦେଖିବାକୁ ମିଳିଛି।

କରୋନା ଲକ୍‌ଡାଉନ୍‌ ପାଇଁ ଘରେ ରହୁଥିବା ନଓ୍ୱାଜୁଦ୍ଦିନ ନିଜ ବିଲରେ ଯାଇ ଚାଷ କରୁଛନ୍ତି। ଏନେଇ ସେ ନିଜେ ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରେ‌ ଭିଡିଓ ଓ ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି।

ନଓ୍ୱାଜୁ‌ଦ୍ଦିନ୍ ଏବେ ଉତ୍ତରପ୍ରଦେଶ ମୁଜଫରନଗରର ବୁଦ୍ଧାନାରେ ନିଜ ଗାଁରେ ରହୁଛନ୍ତି। ଏବେ ପାଖରେ ସମୟ ଥିବାରୁ ସେ ନିଜ କ୍ଷେତକୁ ଯାଇ ଚାଷ କରୁଛନ୍ତି। ନଓ୍ୱାଜୁ‌ଦ୍ଦିନ୍‌ଙ୍କୁ ଚାଷ କରୁଥିବା ଦେଖି ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ପ୍ରେରଣା ବୋଲି ଟ୍ୱିଟରରେ ତାଙ୍କ ଫଲୋଅର୍ସ ମାନେ କହିଛନ୍ତି।

ନିକଟରେ ନଓ୍ୱାଜୁ‌ଦ୍ଦିନ୍‌ଙ୍କ ପୂର୍ବତନ ପତ୍ନୀ ଆଲିୟା ସିଦ୍ଦିକି ଛାଡ଼ପତ୍ର ପାଇଁ ନଓ୍ୱାଜୁ‌ଦ୍ଦିନ୍‌ଙ୍କ ନିକଟକୁ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ୨୦୦୯ରେ ନଓ୍ୱାଜୁ‌ଦ୍ଦିନ୍ ଓ ଆଲିୟା ବିବାହ କରିଥିଲେ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ସୁଶାନ୍ତ ମାସକରେ ୫୦ ସିମ୍ କାର୍ଡ ବଦଳାଇ ଥିଲେ, ପ୍ରଶ୍ନ ଉଠାଇଲେ ଶେଖର ସୁମନ୍

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ

You might also like