ଅଭିନେତା କିରଣ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି। ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉନଥିଲା ବୋଲି ସେ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉ ନାହିଁ ବୋଲି କିରଣ କହିଛନ୍ତି। ତେଣୁ ଆସନ୍ତାକାଲି ଆଉଥରେ ସେ ନମୁନା ପରୀକ୍ଷା କରିବେ ବୋଲି ଜଣାପଡ଼ିଛି।

ହିନ୍ଦୀ ଫିଲ୍ମ ‘ତେଜାବ୍’, ‘ଖୁଦା ଗୱାହ୍‌’, ‘ଧଡ଼କନ୍’, ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’, ‘ମୁଝ୍‌ସେ ଦୋସ୍ତି କରୋଗେ’ ଓ ଅନେକ ଟିଭି ସିରିୟଲ୍‌ରେ ଅଭିନୟ କରିଛନ୍ତି ଅଭିନେତା କିରଣ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

You might also like