୫୦ ବର୍ଷରେ ଆଖି ବୁଜିଲେ ଅଭିନେତା ଫରାଜ ଖାନ୍‌

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ହୋଇଯାଇଛି। ଅକ୍ଟୋବର ୮ରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।

ଫରାଜଙ୍କ ପରଲୋକ ସମ୍ପର୍କରେ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଫରାଜଙ୍କ ଦେହାନ୍ତରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

ଦୀର୍ଘଦିନ ଧରି ଫରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ଫଳରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। Neurological disorder ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଫରାଜ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ‘ମେହେନ୍ଦୀ’ ଫିଲ୍ମରେ ଅଭିନୟ କରିଥିଲେ। ଏହାସହ ‘Dulhan Banoo Main Teri’, ‘ଫରେବ’ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ ଫରାଜ। ଫରାଜଙ୍କ ଫିଲ୍ମ ‘ଫରେବ’ର ଗୀତ ’ତେରୀ ଆଖେଁ ଝୁକି ଝୁକି’ ସେହି ସମୟରେ ବେଶ୍‌ ହିଟ୍‌ ହୋଇଥିଲା।

You might also like