ଆଜି NCBରେ ହାଜର ହୋଇପାରନ୍ତି ଅଭିନେତା ଅର୍ଜୁନ ରାମପଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏନସିବି ସ୍କାନରରେ ଏବେ  ଅଛନ୍ତି ଅଭିନେତା ଅର୍ଜୁନ ରାମପଲ । ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି NCB ମୁଖ୍ୟାଳୟରେ ହାଜର ହୋଇପାରନ୍ତି   ଅର୍ଜୁନ ରାମପଲ ।

ଗତକାଲି ଏନସିବି ଅର୍ଜୁନ ରାମପଲଙ୍କୁ ପୁଣି ଥରେ ସମନ କରିଥିଲା । ଏଥିରେ ଆଜି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ନଭେମ୍ବର ୧୩ରେ ଏନସିବି ଅର୍ଜୁନଙ୍କୁ ମାରଥନ ଜେରା କରିଥିଲା । ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଲଗାତର ଦୁଇଦିନ ଏନସିବି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ନଭେମ୍ବର ୧୦ରେ ଏନସିବି ଅଧିକାରୀମାନେ ଅର୍ଜୁନ ରାମପଲଙ୍କ ଘରେ ରେଡ୍ କରିଥିଲେ । ଏହାପରେ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା । ଜେରା ବେଳେ ଡ୍ରାଇଭର ଦେଇଥିବା ତଥ୍ୟକୁ ଆଧାର କରି ଏନସିବି ଅଧିକାରୀମାନେ ରାମପଲ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ସମନ କରିଥିଲେ।

You might also like