ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ’କୁ ମିଳିଲା ଖରାପ ରେଟିଙ୍ଗ୍‌

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’କୁ ଖରାପ ରେଟିଙ୍ଗ୍‌ ମିଳିଛି।

ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ IMDbରେ ୧୦ରୁ କେବଳ ୨.୫ ରେଟିଙ୍ଗ୍‌ ମିଳିଛି। ଫିଲ୍ମକୁ ଦର୍ଶକମାନେ ପସନ୍ଦ କରିନଥିବା ଚର୍ଚ୍ଚା ହେଉଛି। ଫଳରେ ଖରାପ ରେଟିଙ୍ଗ୍‌ ମିଳିଥିବା ଜଣାପଡ଼ିଛି।

ଫିଲ୍ମ ‘ଲକ୍ଷ୍ମୀ’ରେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିଛି। ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି। ହେଲେ ଏହି ଫିଲ୍ମକୁ ଭଲ୍‌ ରେଟିଙ୍ଗ ମିଳି ନାହିଁ।

ତେଲୁଗୁ ଫିଲ୍ମ kanchanaର ହିନ୍ଦୀ ରିମେକ୍ ହେଉଛି ‘ଲକ୍ଷ୍ମୀ’।

You might also like