ଅଭିନେତା ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: କରୋନା ପଜିଟିଭ୍‌ ଚିହ୍ନଟ ପରେ ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ଗଣମାଧ୍ୟମ The Times Of Indiaର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟାରେ ମୁମ୍ବାଇର ପୋୱାଇ ସ୍ଥିତ Hiranandani ହସ୍ପିଟାଲ୍‌ରେ ଅକ୍ଷୟଙ୍କୁ ଭର୍ତ୍ତି କରାଯାଇଛି।

କରୋନା ପଜିଟିଭ୍ ଚିହ୍ନଟ ନେଇ ଗତକାଲି ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥଥିଲେ ଅକ୍ଷୟ। ବର୍ତ୍ତମାନ ସେ ହୋମ୍‌ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଥିଲେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିବେଦନ ମଧ୍ୟ କରିଥିଲେ। ଖୁବ୍‌ ଶୀଘ୍ର ବ୍ୟାକ୍‌ କରିବେ ବୋଲି ଅକ୍ଷୟ କହିଛନ୍ତି।

ଅକ୍ଷୟ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହେବାର ଦିନକ ପରେ ଫିଲ୍ମ ‘ରାମ ସେତୁ’ର ୪୫ ଜଣ crew ମେମ୍ବରର୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୋମବାରରୁ ମୁମ୍ବାଇର ଏକ ନୂଆ ସ୍ଥାନରେ ଫିଲ୍ମର ଶୁଟିଂ ଆରମ୍ଭ ପୂର୍ବରୁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା। ୧୦୦ରୁ ଅଧିକ ଜଣଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା।

You might also like