ବିବାଦୀୟ ବୟାନ୍‌ ଦେଇ ଗିରଫ୍ ହେଲେ ବଲିଉଡ୍‌ ଆକ୍ଟର୍‌ ଏଜାଜ୍‌ ଖାନ୍‌

ମୁମ୍ବାଇ: ଅଭିନେତା ତଥା ବିଗବସ୍‌ ପ୍ରତିଯୋଗୀ ଏଜାଜ୍‌ ଖାନ୍‌ଙ୍କୁ ଗିରଫ୍ କରିଛି ମୁମ୍ବାଇ ପୁଲିସ୍‌। ଫେସବୁକ୍‌ ଲାଇଭ୍‌ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍‌ କହିଛି।

ମୁମ୍ବାଇ ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍‌ ସେସନ୍‌ରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୫୩ କ ଏବଂ ଅନ୍ୟ କିଛି ଧାରା ଆଧାରରେ ମାମଲା ରୁଜୁ କରାଯାଇଛି।

ଗତ ବର୍ଷ ଜୁଲାଇରେ ମଧ୍ୟ ଏଜାଜ୍‌ଙ୍କୁ ବିବାଦୀୟ ଭିଡିଓ ପାଇଁ ଗିରଫ କରାଯାଇଥିଲା। ସାମ୍ପ୍ରଦାୟିକ ହିଂସାକୁ ଉସୁକାଇବା ଭଳି ଏହି ଭିଡିଓରେ କିଛି କଥା ଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଟ୍ୱିଟରରେ ମଧ୍ୟ ଏଜାଜ୍‌ଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଥିଲା।

You might also like