କ୍ରିତିଙ୍କ ହାତରେ ଆଉ ୭ ନୂଆ ଫିଲ୍ମ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍‌ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍‌ ଓ କ୍ରିତି ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ ଟାଇଗର ଶ୍ରଫ୍ ମଧ୍ୟ ବଲିଉଡରେ ୭ ବର୍ଷ ପୂରଣ କରିଛନ୍ତି । ଏବେ କ୍ରିତି ଫ୍ୟାନମାନଙ୍କ ହୃଦୟରେ ବସି ସାରିଛନ୍ତି । ତାଙ୍କର ସବୁ ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥାଏ । ତେବେ କ୍ରିତିଙ୍କ ହାତରେ ଏବେ ଆହୁରି ୭ଟି ନୂଆ ଫିଲ୍ମ ରହିଛି । ତେବେ ଆସନ୍ତୁ ଜାଣିବା ସେଗୁଡ଼ିକର ନାଁ କ’ଣ ?

ଆଦିପୁରୁଷ

କ୍ରିତି ସାନନ୍ ପେନ୍ ଇଣ୍ଡିଆର ପୌରାଣିକ ଚଳଚ୍ଚିତ୍ର ଆଦିପୁରୁଷରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ସାଉଥ ସୁପରଷ୍ଟାର ପ୍ରଭାସ ନଜର ଆସିବେ ।

ହମ୍‌ ଦୋ ହମାରେ ଦୋ

ବରେଲି କି ବର୍ଫି ପରେ କ୍ରିତି ସାନନ୍ ପୁଣି ରାଜକୁମାର ରାଓଙ୍କ ସହ ନଜର ଆସିବେ । ହମ୍ ଦୋ ହମାରେ ଦୋ ଏକ କମେଡି ଚଳଚ୍ଚିତ୍ର ହେବ, ଯେଉଁଥିରେ ଦୁହେଁ ପୁଣି ଏକାଠି କାମ କରିବେ ।

ମମି

କ୍ରିତି ସାନନଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମିମି ମଧ୍ୟ ତାଲିକାରେ ରହିଛି । ଏଥିରେ ଅଭିନେତ୍ରୀଙ୍କ ସହ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ବଚ୍ଚନ ପାଣ୍ଡେ

ହାଉସଫୁଲ୍ ରେ ଅକ୍ଷୟ କୁମାରଙ୍କ ସହ କାମ କରିବା ପରେ ବର୍ତ୍ତମାନ କ୍ରିତିଙ୍କୁ ଖିଲାଡି କୁମାରଙ୍କ ସହ ବଚ୍ଚନ ପାଣ୍ଡେରେ ପୁଣି ଦେଖିବାକୁ ମିଳିବ।

ଭେଡ଼ିଆ

ବରୁଣ ଧାୱନଙ୍କ ସହ ଦିଲୱାଲେରେ ଅଭିନୟ କରିଥିବା କ୍ରିତି ସାନନ ପୁଣି ଥରେ ଏହି ଅଭିନେତାଙ୍କ ସହ ନଜର ଆସିବେ। ଉଭୟଙ୍କ ଯୋଡି ପୁଣି ଫିଲ୍ମ ଭେଡ଼ିଆରେ ଦେଖିବାକୁ ମିଳିବ ।

ଗଣପତ

ହିରୋପନ୍ତିରେ ଟାଇଗର ଶ୍ରଫଙ୍କ ସହ ବଲିଉଡରେ ଡେବ୍ୟୁ କରିବା ପରେ କ୍ରିତି ପୁଣି ଥରେ ତାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ନିକଟରେ ଗଣପତରେ କ୍ରିତିଙ୍କ ଫାଷ୍ଟ ଲୁକ୍‌ ମୁକ୍ତିଲାଭ କରିଛି । ଯେଉଁଥିରେ ସେ ଏକ ଆକ୍ସନ୍ ମୋଡ୍‌ରେ ଥିବା ନଜର ଆସିଛନ୍ତି ।

ଏହା ବ୍ୟତୀତ କ୍ରିତି ସାନନଙ୍କ ଆଉ ଏକ ଚଳଚ୍ଚିତ୍ର ମଧ୍ୟ ଲାଇନରେ ଅଛି । ଯାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି କି ଖୁବ୍‌ଶୀଘ୍ର ଏହି ଚଳଚ୍ଚିତ୍ର ଘୋଷଣା ହୋଇପାରେ।

You might also like