ଫସିଲେ ସଲ୍ମାନଙ୍କ ଦୁଇ ଭାଇ; ରୁଜୁ ହେଲା FIR
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ସଲ୍ମାନ ଖାନଙ୍କ ଭାଇ ଅର୍ବାଜ୍ ଖାନ ଓ ସୋହେଲ ଖାନ୍ଙ୍କ ବିରୋଧରେ Brihanmumbai Municipal Corporation (BMC) ବଡ଼ ଆକ୍ସନ ନେଇଛି। କରୋନା ଗାଇଡ୍ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ଏହି ୨ ଅଭିନେତା ଓ ସୋହେଲ୍ଙ୍କ ପୁଅ ନିର୍ବାଣଙ୍କ ବିରୋଧରେ ବିଏମ୍ସି FIR ରୁଜୁ କରିଛି।
ସୂଚନା ଅନୁସାରେ, ଡିସେମ୍ବର ୨୫ରେ ଅର୍ବାଜ୍, ସୋହେଲ ଓ ନିର୍ବାଣ ଦୁବାଇରୁ ଫେରିଥିଲେ। ତେବେ କୋଭିଡ୍-୧୯ ପ୍ରୋଟ୍ରୋକଲ୍ ଅନୁସାରେ, ସେମାନଙ୍କୁ ଏକ ହୋଟେଲ୍ରେ କ୍ୱାରେଣ୍ଟିନ୍ରେ ରହିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ହୋଟେଲ୍ରେ ରହିବା ବଦଳରେ ବାନ୍ଦ୍ରା ସ୍ଥିତ ଘରକୁ ଚାଲି ଯାଇଥିଲେ।
କରୋନାର ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ୟୁକେ ଓ ୟୁଏଇରୁ ଯାତ୍ରା କରୁଥିବା ଯାତ୍ରୀମାନେ ୭ଦିନ institutional କ୍ୱାରେଣ୍ଟିନ୍ରେ ରହିବାର ନିୟମ ହୋଇଛି। ହେଲେ ଏହି ୩ଜଣ ନିୟମକୁ ପାଳନ କରିନଥିଲେ। ଫଳରେ BMC ପକ୍ଷରୁ ମୁମ୍ବାଇ ଖର୍ ପୋଲିସ୍ ଷ୍ଟେସନରେ ଏହି ୩ଜଣଙ୍କ ବିରୋଧରେ FIR ରୁଜୁ ହୋଇଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସୋହେଲ କହିଛନ୍ତି, ସେମାନଙ୍କର କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ।
View this post on Instagram
ସୂଚନା ଅନୁସାରେ, ଏହି ଘଟଣା ପରେ ପରିବାର ସଦସ୍ୟ ଓ ଅର୍ବାଜ୍,ସୋହେଲ ଓ ନିର୍ବାଣଙ୍କ ବନ୍ଧୁଙ୍କ କରୋନା ଲକ୍ଷଣ ରହିଛି ନା ନାହିଁ ସେନେଇ ଯାଞ୍ଚ କରାଯିବ। କାହିଁକି ନା ଅର୍ବାଜ୍ ଓ ସୋହେଲଙ୍କ ଭାଇ ତଥା ଅଭିନେତା ସଲ୍ମାନ ଖାନ ଡିସେମ୍ବର ୨୭ରେ ବର୍ଥଡେ’ ସେଲିବ୍ରେସନ କରିଥିଲେ।
View this post on Instagram
ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଦେଶରେ ଲକ୍ଡାଉନ୍ କଟକଣା ଉଠିବା ପରେ ଅନେକ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ବିଦେଶରେ ଛୁଟି କଟାଇବା ସହ ଶୁଟିଂରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। କିଛି ଅଭିନେତା, ଅଭିନେତ୍ରୀ ନିୟମକୁ ଠିକ୍ ଭାବେ ପାଳନ କରିଥିବା ବେଳେ ଆଉ କିଛି ଅଭିନେତା, ଅଭିନେତ୍ରୀଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଥିଲା। ଯେମିତିକି ଦାୟିତ୍ୱହୀନତା ତଥା କରୋନା ଗାଇଡ୍ଲାଇନ୍ସ ଉଲ୍ଲଂଘନ କରି ସଲମାନ୍ଙ୍କ ଦୁଇ ଭାଇ ଅର୍ବାଜ୍ ଓ ସୋହେଲ ଏବେ ଫସି ଯାଇଛନ୍ତି।