ସଂସ୍କାର ଶିଖାଇଲେ ଦୁଷ୍କର୍ମ ହେବନି କହିଲେ ବିଧାୟକ, କ୍ରିତି ଦେଲେ ଏମିତି ଉତ୍ତର

ମୁମ୍ବାଇ: ଉତ୍ତରପ୍ରଦେଶର ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ ୟୁପିରେ ବଳାତ୍କାର ବୃଦ୍ଧି ଘଟଣାର କାରଣ ଝିଅମାନଙ୍କ ସଂସ୍କାର ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ‘ସମସ୍ତ ମା ଏବଂ ବାପାଙ୍କ ଧର୍ମ ହେଉଛି ତାଙ୍କ ଝିଅମାନଙ୍କୁ ସଂସ୍କାରି ବାତାବରଣରେ ରଖିବେ। ଝିଅ ମାନଙ୍କୁ ଆଚାର ବ୍ୟବହାର ସହ ଶାଳୀନତା ଶିଖାନ୍ତୁ। ଛୁରି ଖଣ୍ଡାରେ ଦୁଷ୍କର୍ମର ସମାଧାନ ହୋଇପାରିବ ନାହିଁ। ଏଇଟା ସଂସ୍କାର କଥା। ସଂସ୍କାର ଠିକ୍‌ ଥିଲେ ସରକାର ଏବଂ ସଂସ୍କାର ମିଶି କିଛି କରିହେବ। ନହେଲେ ଏହାର କୌଣସି ସମାଧାନ ନାହିଁ।‘

ବିଧାୟକଙ୍କ ଏହି ବିବୃତ୍ତିରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପ୍ରତିକ୍ରିୟା ଆସିଛି। ଟ୍ୱିଟ୍ କରି ବିଜେପି ବିଧାୟକଙ୍କ ବିବୃତ୍ତି ଉପରେ କ୍ରିତି କ୍ରୋଧ ପ୍ରକାଶ କରିଛନ୍ତି।

କ୍ରିତି ଟ୍ୱିଟ୍ କରି ଲେଖିଛନ୍ତି, ଝିଅମାନଙ୍କୁ କେମିତି ଦୁଷ୍କର୍ମ ନହେବେ ଶିଖାନ୍ତୁ? ନିଜ କଥାବାର୍ତ୍ତା ଶୁଣିଛନ୍ତି କି? ଏହି ମାନସିକତା, ଏମିତି କିଛି ମାନସିକତା ଯାହା ବଦଳିବା ନିହାତି ଆବଶ୍ୟକ। ଝିଅ ମାନଙ୍କୁ କାହିଁକି, ସଂସ୍କାର ପୁଅ ମାନଙ୍କୁ ମଧ୍ୟ ଶିଖିବା ଆବଶ୍ୟକ।

ଏବେ କ୍ରିତି ସାନନ୍‌ଙ୍କ ଏହି ଟ୍ୱିଟ୍‌ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ କ୍ରିତି ଠିକ୍‌ କହୁଛନ୍ତି କହି ତାଙ୍କର ସମର୍ଥନ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like