ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ତାତିଲେ ବିଜେପି ନେତା; କହିଲେ, ଥାନାରେ କେସ୍ କରିବି
ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖରେ ରିଲିଜ୍ ହୋଇଥିବା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ତାତିଲେ ବିଜେପି ନେତା ରାମ କଦମ। ଏହି ୱେବ୍ ସିରିଜ୍ ବିରୋଧରେ ଥାନାରେ ମାମଲା କରିବାକୁ ଧମକାଇବା ସହିତ ଏହାର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।। ଖାଲି ସେତିକି ନୁହେଁ ଭବିଷ୍ୟତରେ ଯଦି ବଲିଉଡ୍ ଏପରି କରେ, ତେବେ ଯିଏ ଏପରି କରିବ ତାକୁ ଛକ ମଝିରେ ଜୋତାରେ ମାଡ଼ ହେବ ବୋଲି ଧମକ ଦେଇଛନ୍ତି ରାମ କଦମ।
ଆମାଜନ ପ୍ରାଇମ୍ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା ରାମ କଦମ ଅଭିଯୋଗ କରିଛନ୍ତି। ତା ସହିତ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରି ହିନ୍ଦୁ ଧର୍ମକୁ କୁଠାରାଘାତ କରୁଥିବା ପୁଣି ଏକ ୱେବ୍ସିରିଜ୍ରେ ସୈଫ୍ ଅଲ୍ଲୀଖାନ ଅଭିନୟ କରିଛନ୍ତି ବୋଲି ରାମ କଦମ କହିଛନ୍ତି।
आखिरकार क्यों हर बार फिल्मों और वेब सीरीज में हिन्दू देवी देवताओं को अपमानित करने का काम किया जाता है। ताजा उदाहरण नई वेब सीरीज ‘तांडव’ है। सैफ अली खान एक बार फिर ऐसी फिल्म या सिरीज़ का हिस्सा है जो हिन्दू भावनाओं
को ठेस पहुचाता है। डायरेक्टर अली अब्बास जफर को सिरीज़ से भगवान pic.twitter.com/z35cHoiw9d— Ram Kadam – राम कदम (@ramkadam) January 17, 2021
ରାମ କଦମ କହିଛନ୍ତି “କାହିଁକି ହିନ୍ଦୁ ଦେବୀଦେବତମାନଙ୍କୁ ବାରମ୍ବାର ବିଭିନ୍ନ ଫିଲ୍ମ ଓ ୱେବ୍ ସିରିଜ୍ରେ ଅପମାନିତ କରାଯାଉଛି। ଯାହାର ସଦ୍ୟ ଉଦାହରଣ ହେଲା ୱେବ୍ ସିରିଜ୍ ତାଣ୍ଡବ। ସୈଫ୍ ପୁଣିଥରେ ସେହିଭଳି ଏକ ୱେବ୍ ସିରିଜ୍ରେ ଅଭିନୟ କରିଛନ୍ତି ଯାହା ହୀନ୍ଦୁ ଧର୍ମକୁ କୁଠାରଘାତ କରୁଛି। ଏହି ସିରିଜ୍ର ଯେଉଁ ସିନ୍ରେ ଭଗବାନ ଶିବଙ୍କୁ ବ୍ୟଙ୍ଗ କରାଯାଇଛି, ନିର୍ଦ୍ଦେଶକ ଅଲୀ ଅବ୍ବାସ ଜାଫର ସେହି ସିନ୍କୁ ଏଥିରୁ କାଟିଦେବା ଦରକାର। ଏଥିପାଇଁ ଅଭିନେତା ଜେଶନ ଆୟୁବ୍ କ୍ଷମା ମଧ୍ୟ ମାଗିବା ଦରକାର। ଆଉ ଯେପର୍ଯ୍ୟନ୍ତ ଏଥିରେ ଆବଶ୍ୟକୀ ସିନ୍ର ପରିବର୍ତ୍ତନ କରାଯାଇ ନାହିଁ ବିଜେପି ‘ତାଣ୍ଡବ’କୁ ବୟକଟ୍ କରିବ।” ରାମ କଦମ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏନେଇ ମୁମ୍ବାଇ ପୋଲିସକୁ ଜଣାଇବା ସହିତ ଥାନାରେ ଅଭିଯୋଗ ମଧ୍ୟ କରିବେ।
शिव का मजाक बनाने वाला हिस्सा हटाना होगा। एक्टर जीशान अयूब को माफ़ी मांगना होगा। जब तक जरूरी बदलाव नही होते तब तक तांडव का बहिष्कार किया जाएगा। #BanTandavNow
— Ram Kadam – राम कदम (@ramkadam) January 17, 2021
କଥା ସେତିକିରେ ସରି ନାହିଁ ରାମ କଦମ ଏନେଇ ବଲିଉଡ୍କୁ ଚେତାବନଦୀ ଦେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଭିଡିଓରେ କହିଛନ୍ତି “ ବଲିଉଡ୍ କାହିଁକି ସବୁବେଳେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଦେବୀଦେବତାମାନଙ୍କର ଅପମାନ କରୁଛି? ଦୀର୍ଘଦିନ ଧରି ବଲିଉଡ୍ ଏପରି କରିଆସୁଛି। ବର୍ତ୍ତମାନ ‘ତାଣ୍ଡବ’ ନାମକ ଏକ ୱେବ୍ ସିରିଜ୍ରେ ଜଣେ ଅଭିନେତା ତ୍ରୀଶୁଳ ଓ ଡମରୁ ଧରି ଭଗବାନ ଶିବଙ୍କୁ ଅପମାନିତ କରୁଥିବାର ଦେଖାଯାଉଛି। ଏହା କେବେ ବି ଗ୍ରହଣୀୟ ହେବାକଥା ନୁହେଁ, ବଲିଉଡ୍ ଏକଥା ଧ୍ୟାନର ସହ ଶୁଣିବା ଉଚିତ୍ ଯେ ଯଦି ଆମ ଭାବନା ଓ ଭାବପ୍ରଣତାକୁ ଏଭଳି ଆଘାତ ଦିଆଯିବ ଓ କେହି ଏପରି କରିବାକୁ ଚେଷ୍ଟା କରି ତେବେ ତାଙ୍କୁ ମଝି ଛକରେ ଜୋତା ମାଡ଼ କରାଯିବ। ଏହି ସିରିଜ୍କୁ ଖୁବ୍ଶୀଘ୍ର ବୟକଟ୍ କରିବାକୁ ପଡ଼ିବ। ଏହାର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତା ଆଣ୍ଠେଇ ହାତ ଯୋଡ଼ି କ୍ଷମା ମାଗିବା ଉଚିତ।”
साढ़े 12 बजे भाजपा तांडव वेब सीरीज के ख़िलाफ़ शिकायत दर्ज कराने घाटकोपर पुलिस स्टेशन जाऊँगा #BanTandavNow
— Ram Kadam – राम कदम (@ramkadam) January 17, 2021
ତା ସହିତ ଯେମିତି ଫିଲ୍ମ ଓ ସିରିଏଲ୍ର ସମୀକ୍ଷା ପାଇଁ ସେନ୍ସର ବପୋର୍ଡର ବ୍ୟବସ୍ଥା କରାଯାଇଛି, ଠିକ୍ ସେମିତି ବ୍ୟବସ୍ଥା OTT ପ୍ଲାଟ୍ଫର୍ମର ସିରିଜ୍ର ସମୀକ୍ଷା ପାଇଁ ହେବା ଦରକାର ବୋଲି ରାମ କଦମ ଦାବି କରିଛନ୍ତି। ଏନେଇ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି।
जैसे फ़िल्म और सीरियल की समीक्षा करने के लिए सेंसर बोर्ड की व्यवस्था है, वैसी ही व्यवस्था OTT प्लेटफार्म के सिरिज़ की समीक्षा के लिए बनाई जाए यह मांग करता हुआ पत्र श्री @PrakashJavdekar जी को लिख रहा हूँ
— Ram Kadam – राम कदम (@ramkadam) January 17, 2021
ସୂଚନା ଥାଉକି ତାଣ୍ଡବ ୱେବ୍ ସିରିଜ୍ରେ ସୈଫ୍ ଅଲୀ ଖାନ, ଡିମ୍ପଲ କାପାଡ଼ିଆ, ମହମ୍ମଦ ଜୀଶନ ଆୟୁବ, ସୁନୀଲ ଗ୍ରୋଭର, ତିଗ୍ମାଂଶୁ ଢୁଲିଆ, କୁମୁଦ ମିଶ୍ରଙ୍କ ସହିତ ଅନ୍ୟମାନେ ଅଭିନୟ କରିଛନ୍ତି। ଜାନୁଆରୀ ୧୫ ତାରିଖରେ ଏହି ୱେବ୍ ସିରିଜ୍ର ରିଲିଜ୍ ହୋଇଛି।
तांडव वेब सिरीज मालिके मध्ये झालेल्या हिंदु देव देवतांच्या विटंबनेच्या संदर्भात हिंदूच्या दुखावलेल्या भावने विरोधात मी या वेब सिरीज च्या निर्माता, दिगर्दरशक, अभिनेता यांच्या विरोधात FRI दाखल करण्यासाठी घाटकोपर चिरागनगर पोलिस ठाणे येथे 12. 30 जाणार आहेत.
— Ram Kadam – राम कदम (@ramkadam) January 17, 2021