ତିଆରି ହେବ କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂ। ହେଲେ କାଶ୍ମୀରର ଶେଷ ହିନ୍ଦୁ ରାଣୀ କିଏ ? ବୋଧହୁଏ କେହି ଜାଣି ନ ଥିବେ। ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ ଉପରେ ଫିଲ୍ମ । ଏହି ଫିଲ୍ମକୁ  ରିଲାଏନ୍ସ  ଏଣ୍ଟରଟେନ୍‌ମେଣ୍ଟ ଏବଂ ମଧୁ ମଣ୍ଟେନା ଉଭୟେ ମିଶି ପ୍ରସ୍ତୁତ କରିବେ।

୧୪ ଶତବ୍ଦୀରେ କାଶ୍ମୀରରେ ଶାସନ କରୁଥିଲେ ଶେଷ ହିନ୍ଦୁ ରାଣୀ କୋଟା ରାଣୀ। କୋଟା ରାଣୀ ଦେଖିବାକୁ ଯେମିତି ସୁନ୍ଦରୀ ଥିଲେ ସେମିତି ଭଲ ଶାସିକା ମଧ୍ୟ ଥିଲେ। ରଣନୀତିରେ ଥିଲେ ଖୁବ୍‌ ଧୁରନ୍ଦର ।

ଫିଲ୍ମର କୋ-ପ୍ରଡ୍ୟୁସର ମଧୁ ମଣ୍ଟେନା କହିଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭାରତୀୟ ଭାବେ କାଶ୍ମୀରରେ ଶାସନ କରୁଥିବା କୋଟା ରାଣୀଙ୍କ ବିଷୟରେ ଆମକୁ କିଛି ବି ଜଣାନାହିଁ। ଅନ୍ୟପକ୍ଷେ ଇଜିପ୍ଟର କ୍ଲିଓପେଟ୍ରା କିମ୍ବା ଦିଲ୍ଲୀର ସୁଲତାନା ରେଜିୟାଙ୍କ ସହ କୋଟା ରାଣୀଙ୍କ ତୁଳନା କଲେ ଆଦୌ ଅତିଶୟୋକ୍ତି ହେବ ନାହିଁ। କାରଣ ଆଜି ଆମ କାଶ୍ମୀରରେ ଯାହା ବି କିଛି ଦେଖୁଛେ ତା ପଛରେ ରହିଛି କୋଟା ରାଣୀଙ୍କ ଅବଦାନ।

ମଧୁ କହିଛନ୍ତି, କୋଟା ରାଣୀଙ୍କ ଜୀବନୀ ବେଶ ନାଟକୀୟ ଥିଲା।  ଭାରତର ଭଲ ଶାସକଙ୍କ ମଧ୍ୟରେ ସେ ଥିଲେ ଜଣେ ।  ହେଲେ ବିଡମ୍ବନା, ତାଙ୍କ ବିଷୟରେ ଆମ ଇତିହାସ ନୀରବ। ତେଣୁ ତାଙ୍କୁ ନେଇ ଏକ ଫିଲ୍ମ ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like