ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସ ହାତରେ ଲାଗିଛି ଏମିତି ସୁରାଗ

ନୂଆଦିଲ୍ଲୀ: ସୁଶାନ୍ତ ସଂହ ରାଜପୁତ୍‌ ମାମଲାରେ ଅଡୁଆରେ ଛନ୍ଦି ପଡ଼ିଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏବେ ତଦନ୍ତ ଦାୟିତ୍ୱ ବିହାର ପୋଲିସ ହାତରୁ CBI ହାତକୁ ଯାଇଛି।  ଏ ନେଇ ବିହାର ପୋଲିସ ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛି। ଏଥିରେ ସୁଶାନ୍ତଙ୍କୁ ନେଇ ଅନେକ କଥା ପଦାକୁ ଆସିଛି।

ବିହାର ପୋଲିସ ସୁପ୍ରିମ୍‌କୋର୍ଟରେ ଦାଏର କରିଥିବା ଆଫିଡେଭିଟ୍‌ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ସୁଶାନ୍ତଙ୍କ ସହ ସମ୍ପର୍କ ରଖିବାର ଏକମାତ୍ର ଉଦ୍ଦେଶ୍ୟ ତାଙ୍କ ଟଙ୍କା ହଡପ କରିବା ବୋଲି ଦର୍ଶାଇଛନ୍ତି। ବିହାର ପୋଲିସ ଏକଥା ମଧ୍ୟ ଦର୍ଶାଇଛନ୍ତି, ରିୟା ଓ ତାଙ୍କ ପରିବାରବର୍ଗ ସୁଶାନ୍ତଙ୍କୁ ମାନସିକ ରୋଗୀ ଚିତ୍ରିତ କରିଥିଲେ ଯାହା ସମ୍ପୂର୍ଣ୍ଣ ମିଛ ଥିଲା। ବିହାର ବରିଷ୍ଠ ପୋଲିସ ଅଧିକାରୀ ଉପେନ୍ଦ୍ର ଶର୍ମା ସୁପ୍ରିମ କୋର୍ଟରେ ଦେଇଥିବା ରିପାର୍ଟରେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ତାଙ୍କ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ ଓଭରଡୋଜ ଔଷଧ ଦେବା ଆରମ୍ଭ କରିଥିଲେ।

କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ବିହାର ପୋଲିସ ପକ୍ଷରୁ କୁହାଯାଇଛି, ମୁମ୍ବାଇ ପୋଲିସର ଅସହଯୋଗ ସତ୍ତ୍ୱେ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ସ୍ଥାନରେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ତେବେ ଏହି ମାମଲାର ତଦନ୍ତ ସିବିଆଇ କଲେ ରହସ୍ୟ ଘେରରେ ଥିବା ଅନେକ କଥାର ଖୁଲାସା ହୋଇପାରିବ।

You might also like