• translate
Rajalaxmi Sahoo

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଉଠିଥିବା ନେପୋଟିଜମ୍‌(ପରିବାରବାଦ) ଝଡ଼ ଏବେ ବିଗ୍‌ବସ୍‌ ୧୪ ହାଉସ୍‌ରେ ଦେଖିବାକୁ ମିଳିଛି।

କିଛିଦିନ ତଳେ ରାହୁଲ ବୈଦ୍ୟା ନେପୋଟିଜମ୍‌କୁ ନେଇ ‌ଜାନ୍‌ କୁମାରଙ୍କୁ କମେଣ୍ଟ କରିଥିଲେ। ନିଜର ଦକ୍ଷତା ଅନୁସାରେ ଆଗକୁ ବଢ଼ିବା ପାଇଁ ଜାନ୍‌ଙ୍କୁ ପରାମର୍ଶ ଦେଇଥିଲେ ରାହୁଲ। ଯାହାକୁ ନେଇ ବିଗ୍‌ବସ୍‌ ହାଉସ୍‌ରେ ଝଡ଼ ସୃଷ୍ଟି ହୋଇଥିଲା।

ରାହୁଲ ଉଠାଇଥିବା ଏହି ପ୍ରସଙ୍ଗକୁ ନେଇ ସଲ୍‌ମାନ୍‌ ଖାନ୍‌ ନାପସନ୍ଦ କରିଥିବା Weekend Ka Vaar ର ଏପିସୋଡ୍‌ରେ ଦେଖିବାକୁ ମିଳିବ। ଯାହାର ପ୍ରମୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ନେପୋଟିଜମ୍‌କୁ ନେଇ ସଲ୍‌ମାନ୍‌ ସିଧାସଳଖ ରାହୁଲଙ୍କୁ ପ୍ରଶ୍ନ ପଚାରୁଥିବା ପ୍ରମୋରେ ଦେଖିବାକୁ ମିଳୁଛି। ‘ମୋ ବାପା ଯଦି ମୋ ପାଇଁ କିଛି କରୁଛନ୍ତି, ତା’ମାନେ ଏହା କ’ଣ ନେପୋଟିଜମ୍‌ ? ଯଦି ଆପଣ ଆପଣଙ୍କ ପିଲାମାନଙ୍କୁ କାହା ଉପରେ ଲଦି ଦେଉଛନ୍ତି, ଚାପ ପକାଉଛନ୍ତି, ଏହି ଇଣ୍ଟଷ୍ଟ୍ରିରେ ଏହା କ’ଣ ସମ୍ଭବପର ହୋଇପାରିବ ? ବୋଲି ସଲ୍‌ମାନ୍‌ ପ୍ରଶ୍ନ କରିଛନ୍ତି।

ସଲ୍‌ମାନ୍‌ ଜାନ୍‌ଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ, ‘ତୁମ ବାପା(କୁମାର ସାନୁ) କେତୋଟି ସ୍ଥାନରେ ତୁମ ପାଇଁ ସୁପାରିଶ କରିଛନ୍ତି ?  ଯାହାର ଉତ୍ତରରେ ଜାନ୍‌ ସ୍ପଷ୍ଟ ଭାବେ କହିଥିଲେ, ‘ମୋ ବାପା କେବେବି କୌଣସି ସ୍ଥାନରେ ମୋ ପାଇଁ ସୁପାରିଶ କରି ନାହାନ୍ତି।

ଏହି Weekend Ka Vaar ଆହୁରି ଧମାକଦାର ହେବ ବୋଲି ବିଗ୍‌ବସ୍‌ର ଏହି ପ୍ରମୋକୁ ଦେଖିବା ପରେ ଫ୍ୟାନ୍ସମାନେ ଆଶା ରଖିଛନ୍ତି।

Other Stories