ଦୁର୍ଘଟଣାରେ ‘ବିଗ୍ ବସ୍ ୧୪’ର ଟ୍ୟାଲେଣ୍ଟ୍ ମ୍ୟାନେଜରଙ୍କ ମୃତ୍ୟୁ
ମୁମ୍ବାଇ(ସୁରେଶ ଦାଶ): ଟିଭି ଇଣ୍ଡଷ୍ଟ୍ରିରେ ଧମାଲ୍ ମଚାଉଥିବା ରିୟଲିଟି ଶୋ’ ବିଗ୍ ବସ୍ ୧୪(Bigg Boss 14) ସେଟ୍ରୁ ଏକ ଦୁଃଖଦ ଖବର ଆସିଛି। ବିଗ୍ ବସ୍ ୧୪ର ଟ୍ୟାଲେଣ୍ଟ୍ ମ୍ୟାନେଜର ପିସ୍ତା ଧାକଡ଼ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶୁଟିଂ ସେଟ୍ରୁ ମାତ୍ର ଅଳ୍ପ କିଛି ବାଟ ଦୂରରେ ଗୋରେଗାଓଁ ସ୍ଥିତ ଫିଲ୍ମସିଟି ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ବିଗ୍ ବସ୍ ୧୪ର Weekend Ka Vaar ଶୁଟିଂ ସାରି ୨୪ ବର୍ଷୀୟ ପିସ୍ତା ସ୍କୁଟିରେ ଘରକୁ ଫେରୁଥିଲେ। ଅନ୍ଧାର ହୋଇଥିବାରୁ ସ୍କୁଟି ସ୍ଲିପ୍ ହେବା ଫଳରେ ସେ ଏକ ଗାତ ଭିତରେ ପଡ଼ି ଯାଇଥିଲେ। ଏହି ସମୟରେ ପଛରୁ ଆସିଥିବା vanity van ତାଙ୍କ ଉପରେ ଚଢ଼ି ଯାଇଥିଲା।
ପିସ୍ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ପିସ୍ତା ବିଗ୍ ବସ୍ ୧୪ ଶୋ’ କରୁଥିବା ପ୍ରଡକ୍ସନ କମ୍ପାନୀ Endemol Shine India ରେ କାମ କରୁଥିଲେ।
ବିଗ୍ ବସ୍ ବ୍ୟତୀତ ସେ ‘Khatron Ke Khiladi’ ଭଳି ଶୋ’ରେ ମଧ୍ୟ ସେ କାମ କରିଥିଲେ।
View this post on Instagram
View this post on Instagram