କାନ୍ଦିଲେ ସଲ୍ମାନ, ଭିଡିଓ ଭାଇରାଲ
ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ ଧମାଲ୍ ମଚାଉଥିବା ବିଗ୍ ବସ୍ ୧୪(Bigg Boss 14)ରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଧମାଲ୍ ଦେଖିବାକୁ ମିଳୁଛି। ହେଲେ ଏଥର eviction ଏପିସୋଡ୍ ଅନ୍ୟ ଏପିସୋଡ୍ଠୁ କିଛି ନିଆରା ଓ ଖାସ୍ ଦେଖିବାକୁ ମିଳିବ। ବିଗ୍ବସ୍ ହାଉସ୍ର ଫେମସ୍ ଯୋଡ଼ି ରୁବିନା ଦିଲାଇକ୍- ଅଭିନବ ଶୁକ୍ଲା, ଜୈସମିନ୍ ଭସିନ୍-ଅଲ୍ଲୀ ଗୋନୀ ନୋମିନେଟ୍ ହୋଇଥିବା ବେଳେ ଏହି ୪ଜଣଙ୍କ ମଧ୍ୟରୁ କେହି ଜଣେ ଆଜି ବିଗ୍ବସ୍ ହାଉସ୍ରୁ ବାହାରକୁ ଯିବେ।
ବିଗ୍ବସ୍ ୧୪ର ଏକ ପ୍ରୋମୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ରୁବିନା-ଅଭିନବ, ଜୈସମିନ୍-ଅଲ୍ଲୀ ଜଣେ ଅନ୍ୟ ଜଣଙ୍କ ହାତ ଧରିବା ସହ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି। ଏହି ୪ଜଣଙ୍କ ମଧ୍ୟରୁ କେହି ଜଣେ ଆଜି ବିଗ୍ବସ୍ ହାଉସ୍ରୁ ବାହାରକୁ ଯିବେ। ଏହି ସମୟରେ ସଲ୍ମାନ ମଧ୍ୟ ନିଜେ ଭାବପ୍ରବଣ ହୋଇଯିବା ସହ କାନ୍ଦୁଥିବା ନଜର ଆସିଛି। ସୋସିଆଲ୍ ମିଡିଆ ଭାଇରାଲ୍ ହେଉଥିବା ଭିଡିଓକୁ ଯଦି ଆମେ ଦେଖିବା, ତା’ହେଲେ ଜସ୍ମିନ୍ ଏଥର ବିଗ୍ବସ୍ ହାଉସ୍କୁ ଅଲ୍ବିଦା କହିବେ। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ।
କଲର୍ସ ଟିଭିର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପ୍ରୋମୋ ଭିଡିଓ ଶେଆର କରାଯାଇଛି। ଭିଡିଓକୁ ଶେଆର କରାଯାଇ କ୍ୟାପ୍ସନ୍ରେ ଲେଖା ଯାଇଛି, ‘ସମସ୍ତଙ୍କ ଆଖିରେ ଲୁହ, କାହିଁକି ଏହି ଯୋଡ଼ିଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ଅଲ୍ବିଦା କହିବେ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୩ ମିଲିୟନ ଲୋକ ଦେଖିସାରିଲେଣି।
View this post on Instagram