ସୁଶାନ୍ତଙ୍କ ପରେ ଡିପ୍ରେସନ୍‌ରେ ଅଛନ୍ତି ବିଗ୍‌ ବସ୍‌ର ଏହି ପ୍ରତିଯୋଗୀ

ମୁମ୍ବାଇ: ୩୪ ବର୍ଷ ବୟସରେ ବଲିଉଡ୍‌ ‌ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ରବିବାର ଦିନ ସେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପରେ ଜଣାପଡ଼ିଥିଲା ଯେ, ସେ ଡିପ୍ରେସନ୍‌ରେ ଥିଲେ। ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ। ଏସବୁ ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି।

ବିଗ୍‌ ବସ୍‌ ୧୩ ପ୍ରତିଯୋଗୀ ଅରହାନ୍‌ ଖାନ୍‌ ଡିପ୍ରେସନ୍‌ରେ‌ ଥିବା ସୂଚନା ମିଳିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେ‌ ସାଇକାଟ୍ରିଷ୍ଟ୍ଙ୍କ‌(Psychiatrist) ସାହାଯ୍ୟ ନେବା ସହ ଚିକିତ୍ସା ଜାରି ରଖିଛନ୍ତି। ପାଖାପାଖି ଅଢ଼େଇ ମାସ ହେବ ସେ ଡିପ୍ରେସନ୍‌ରେ‌ ଥିବା ସୂଚନା ମିଳିଛି। 

ଅରହାନ୍‌ ଏବେ ତାଙ୍କ ବାପାମା’ଙ୍କ ସହ ଜୟପୁର ସ୍ଥିତ ଘରେ ରହୁଛନ୍ତି।

ସୂଚନାଥାଉ କି, ବିଗ୍‌ ବସ୍‌ ୧୩ରେ ଅରହାନ୍‌ ଖାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଶେଷକରି, ଶୋ’ରେ ଅରହାନ୍‌ ଓ ରଶ୍ମୀ ଦେଶାଇଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ଥିଲା। ଯେତେବେଳେ ରଶ୍ମୀ ଜାଣିବାକୁ ପାଇଲେ ଯେ, ଅରହାନ୍‌ ବିବାହ କରିଛନ୍ତି ଓ ତାଙ୍କ ଛୁଆ ମଧ୍ୟ ଅଛି, ଏହାକୁ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେଉଁଥିପାଇଁ ଅରହାନ୍‌ ଓ ରଶ୍ମୀଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଉଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ

ଆହୁରି ପଢ଼ନ୍ତୁ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

You might also like