ରାଗିଗଲେ କି ସଲମାନ୍ ? ପ୍ରତିଯୋଗୀଙ୍କୁ କହିଲେ-ପ୍ଲିଜ୍ ଲିଭ୍ ଦ ହାଉସ୍
ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ ଏବେ ବିଗ୍ ବସ୍ ୧୪(Bigg Boss 14) ଧମାଲ୍ ମଚାଉଥିବା ଦେଖିବାକୁ ମିଳିଛି। ବିଗ୍ ବସ୍ର ଆଗାମୀ ଏପିସୋଡ୍ରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିବ। ଆଉ ଖୁବ୍ ଶୀଘ୍ର ମଧ୍ୟ ଶୋ’ର ଫାଇନାଲ୍ ଆରମ୍ଭ ହୋଇଯିବ।
ହେଲେ ଶୋ’ର ଫାଇନାଲ୍ ରାଉଣ୍ଡ୍ ପୂର୍ବରୁ ପ୍ରତିଯୋଗୀ ରାହୁଲ ବୈଦ୍ୟାଙ୍କୁ ସଲମାନ୍ ଖାନ୍ ବିଗ୍ ବସ୍ ହାଉସ୍ରୁ ବାହାରକୁ ଯିବାର ରାସ୍ତା ଦେଖାଇଛନ୍ତି। କେବଳ ଏତିକି ନୁହେଁ, ଶୋ’ରେ ଆଗ୍ରହ ଦେଖାଇ ନ ଥିବାରୁ ସଲମାନ୍, ରାହୁଲଙ୍କୁ ଭତ୍ସନା ମଧ୍ୟ କରିଛନ୍ତି। ଏହାର ଭିଡିଓ କଲର୍ସ ଟିଭି ପକ୍ଷରୁ ଇନ୍ଷ୍ଟାଗ୍ରାମରେ ଶେଆର ହୋଇଛି। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।
ଭିଡିଓରେ ଦେଖିବାକୁ ମିଳିଛି, ‘ସଲମାନ୍ ରାହୁଲଙ୍କୁ କହୁଛନ୍ତି, ଏହି ଘରେ ରହିବାକୁ ତାଙ୍କର(ରାହୁଲ) ଅଧିକ ଇଚ୍ଛା ନାହିଁ। ସଲମାନ୍ଙ୍କ ଏହି କଥାରେ ରାହୁଲ ମଧ୍ୟ ହଁ କରିଥିଲେ। ଏହାପରେ ସଲମାନ୍ କହିଥିଲେ ଶୋ’ ପ୍ରତି ରାହୁଲଙ୍କ ଇଚ୍ଛାଶକ୍ତି ଓ ଆଗ୍ରହ କମ୍ ଦେଖିବାକୁ ମିଳିଛି। ଏହାର କାରଣ ରାହୁଲ୍ କହିବାକୁ ଚାହିଁଥିଲେ ମଧ୍ୟ ସଲମାନ୍ କହିଥିଲେ, ଏହାର କିଛି ଆବଶ୍ୟକତା ନାହିଁ, ତେଣୁ ଦୟାକରି ଘରୁ ବାହାରକୁ ଚାଲି ଯାଆନ୍ତୁ।
View this post on Instagram
ଏହି ଭିଡିଓରେ ଦର୍ଶକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ରାହୁଲଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ରାହୁଲଙ୍କୁ ବିଗ୍ ବସ୍ ହାଉସରୁ ବାହାରକୁ ଯିବା ଘଟଣାକୁ ସମର୍ଥନ କରିଛନ୍ତି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବିଗ୍ ବସ୍ ୧୪ ଫାଇନାଲ୍ରେ ରାକ୍ଷୀ ସାୱନ୍ତଙ୍କ ଏଣ୍ଟ୍ରି ଦେଖିବାକୁ ମିଳିବ। ରାକ୍ଷୀ ନିଜ ଅନ୍ଦାଜ ଓ ଷ୍ଟାଇଲରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।
View this post on Instagram