୪୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ଜଣେ ସିରିଅଲ୍‌ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଭୋଜପୁରୀ ଅଭନେତ୍ରୀ ଅନୁପମା ପାଠକ୍(୪୦)‌ଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି।

ରବିବାର ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ ଅନୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବିହାରରୁ ଆସି ମୁମ୍ବାଇରେ ଭଡ଼ାରେ ଏହି ଫ୍ଲାଟ୍‌ରେ ସେ ରହୁଥିଲେ।  ଅନେକ ଭୋଜପୁରୀ ଫିଲ୍ମ ଓ ଶିଭି ଶୋ’ରେ ସେ ନଜର ଆସିଥିଲେ।

ମୃତ୍ୟୁ ପୂର୍ବରୁ ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ଶେଆର୍‌ କରିଥିଲେ। ତାଙ୍କୁ ଠକି ଦିଆଯାଇଥିବା ସହ ସେ କାହା ଉପରେ ବିଶ୍ୱାସ କରିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ। ଏପରିକି ତାଙ୍କର କୌଣସି ସାଙ୍ଗ ତାଙ୍କୁ ସାହାଯ୍ୟ କରୁନଥିବା ମଧ୍ୟ ସେ କହିଥିଲେ।

ଗୋଟିଏପଟେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ଫ୍ୟାନ୍ସମାନଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ଅନ୍ୟପଟେ ଏହି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଫ୍ୟାନ୍ସମାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି।

ପଢ଼ନ୍ତୁ: ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

You might also like