ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା। ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ହେବା ପରେ ଶେଷରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାନୁ। ଶୋଇଥିବା ବେଳେ ଭାନୁଙ୍କ ବିୟୋଗ ହୋଇଛି। ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ଭାନଙ୍କୁ ଝିଅ ରାଧିକା ଗୁପ୍ତା। ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡୀ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ନେଇ ରାଧିକ ସୂଚନା ଦେଇଛନ୍ତି।

୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଗାନ୍ଧି ଫିଲ୍ମରେ କଷ୍ଟ୍ୟୁମ ଡିଜାଇନ୍ ପାଇଁ ଭାନୁଙ୍କୁ ଓସ୍କାର ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପିଟିଆଇର ଖବର ଅନୁସାରେ, ଆଜି ସକାଳେ ହିଁ ତାଙ୍କର ବିୟୋଗ ହୋଇଛି। ୮ ବର୍ଷ ତଳେ ତାଙ୍କ ବ୍ରେନ୍‌ରେ ଏକ ଟ୍ୟୁମର ହୋଇଥିଲା। ଏଥିରେ ତାଙ୍କ ଶରୀରର ଗୋଟିଏ ପଟ ପାରାଲାଇଜ୍ ହୋଇଯିବାରୁ ସେ ଦୀର୍ଘ ୩ ବର୍ଷ ହେଲା ଶଯ୍ୟାଶାୟୀ ଥିଲେ।

ମହାରାଷ୍ଟ୍ର କୋହ୍ଲାପୁରରେ ଜନ୍ମଗ୍ରହଣ କରିଥିବା ଭାନୁ ଆଥୈୟା ୧୯୫୬ରେ ମୁକ୍ତିଲାଭ କରିଥିବା ଗୁରୁ ଦତ୍ତଙ୍କ ଫିଲ୍ମ ସି.ଆଇ.ଡି.ରେ କଷ୍ଟ୍ୟୁମ୍‌ ଡିଜାଇନର ଭାବେ ଡେବ୍ୟୁ କରିଥିଲେ। ରିଚାର୍ଡ ଆଟେନବରୋଙ୍କ ଫିଲ୍ମ ଗାନ୍ଧିରେ ସେ କଷ୍ଟ୍ୟୁମ୍‌ ଡିଜାଇନର ଭାବେ କାର୍ଯ୍ୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଓସ୍କାର ପୁରସ୍କାର ମିଳିଥିଲା। ଓସ୍କାର ପୁରସ୍କାରକୁ ସୁରକ୍ଷିତ ରଖିବା ପାଇଁ ୧୦୧୨ରେ ସେ ଏହାକୁ ଆକାଡେମୀ ଅଫ୍‌ ମୋସନ ପିକ୍ସଚର୍ ଆର୍ଟ ଆଣ୍ଡ ସାଇନ୍ସକୁ ଫେରାଇ ଦେଇଥିଲେ।

ଦୀର୍ଘ ୫ ଦଶନ୍ଧି ଧରି ହିନ୍ଦୀ ସିନେମା ଜଗତରେ କାର୍ଯ୍ୟ କରିଥିବା ଭାନୁ ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କଷ୍ଟ୍ୟୁମ ଡିଜାଇନ କରିଛନ୍ତି। ୧୯୯୦ ମସିହାରେ ଗୁଲଜାରଙ୍କ ଫିଲ୍ମ ଲେକିନ୍‌ରେ ଓ ଲଗାନ ଫିଲ୍ମରେ କଷ୍ଟ୍ୟୁମ୍ ଡିଜାଇନ ପାଇଁ ତାଙ୍କୁ ଜାତୀୟ ତଳଚିତ୍ର ପୁରସ୍କାର ବି ମିଳିଛି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like