‘ବେବି ଡଲ୍’ ସିଙ୍ଗର୍‌ କନିକାଙ୍କୁ କରୋନା !

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ! କନିକାଙ୍କ କରୋନା ଟେଷ୍ଟ୍‌ ପରେ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଆଜି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ସେ ଏବେ ଉତ୍ତରପ୍ରଦେଶ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି।

‘ବେବି ଡଲ୍’ ସିଙ୍ଗର୍‌ ଭାବେ ଜଣାଶୁଣା କନିକା କପୁର୍‌ ରବିବାର ଦିନ ଲଣ୍ଡନରୁ ଫେରିଥିଲେ। ସେ ଲଣ୍ଡନରୁ ଫେରିବା ପରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ରହିବା ସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ। ଯେଉଁଠି ପାଖାପାଖି ୧୦୦ଜଣ ଅତିଥି ଆସିଥିଲେ ବୋଲି ସୂଚନା ମିଳିଛି।

କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗତକାଲି ପଞ୍ଜାବରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଛି। । ତେବେ ଦେଶରେ ରୋଗ ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜ୍‌ରେ ଥିବା ICMR କହିଛି।

You might also like