ଦଶହରା ବଜାରରେ ଧୁମ୍‌ ମଚାଉଛି ‘ମିଷ୍ଟର ମଜନୁ’

ଭୁବନେଶ୍ୱର: ଦଶହରା ବଜାରରେ ଦର୍ଶକଙ୍କୁ ନୂଆ ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଦଶହରା ଉପଲକ୍ଷେ ଆଜି ପରଦାକୁ ଆସିଛି ବାବୁସାନଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ’।

ପୂଜା ବଜାରରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମ  ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା(ସୁରମୟୀ, ଶିତଲ ଓ ଦିବ୍ୟା) ଅଛନ୍ତି।

ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ ତଡକା ଲଗାଇଛନ୍ତି ଅଭିନେତା ମିହିର ଦାସ। ଖଳନାୟକ ଭୂମିକାରେ ଅଛନ୍ତି ରାଇମୋହନ ପରିଡ଼ା।

ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସଙ୍ଗୀତ ସଜାଇଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର। ରିଲିଜ୍ ପୂର୍ବରୁ ଫିଲ୍ମର ଗୀତ ଗୁଡ଼ିକୁ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁ ପାରିଛି। ପ୍ରସିଦ୍ଧ ରଙ୍ଗବତୀ ଗୀତକୁ ଏ ଫିଲ୍ମରେ ନୂଆ ଷ୍ଟାଇଲରେ ଉପସ୍ଥାପନ କରିଛନ୍ତି ଅଭିଜିତ୍। ସେହିପରି ଅନ୍ୟ ଏକ ଗୀତ ଉଠିଗଲା ଧାରା ୩୭୦ଭଳି ଡ୍ୟାନ୍ସ ନମ୍ବରକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like