ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ସାଉଥ୍ ଷ୍ଟାର୍ ପ୍ରଭାସ୍‌

ନୂଆଦଲ୍ଲୀ: କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫିଲ୍ମ ଶୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି। ବଲିଉଡ କଳାକାରମାନେ ଏବେ ଘରେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ସମୟରେ ବାହୁବଳି ଫେମ୍‌ ଆକ୍ଟର ପ୍ରଭାସଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ପ୍ରଭାସ ତାଙ୍କର ଅପ୍‌ କମିଂ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ପାଇଁ ଜର୍ଜିଆ ଯାଇଥିଲେ। ସେଠାରୁ ଫେରିବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ ଅଛନ୍ତି ପ୍ରଭାସ। ଏହି ଫିଲ୍ମର ଆକ୍ଟ୍ରେସ୍‌ ପୂଜା ହେଗଡେ ମଧ୍ୟ ଅଲଗା ରହଛନ୍ତି। ପ୍ରଭାସ ନିଜେ ଏହି ତଥ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ବାହୁବଳି ପ୍ରଭାସ ପୋଷ୍ଟରେ ଲେଖିଛନ୍ତି ‘ବିଦେଶରେ ଶୁଟିଂ କରି ସୁରକ୍ଷିତ ଫେରିଛି। ତେବେ କରୋନା ଭାଇରସର ବିପଦକୁ ଦେଖି ମୁଁ ସେଲଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛି। ଆଶା କରୁଛି, ଆପଣମାନେ ମଧ୍ୟ ଏହାଠାରୁ ବଞ୍ଚିବା ପାଇଁ ସୁରକ୍ଷିତ ଉପାୟ ଅବଲମ୍ବନ କରିଥିବେ।’

ପ୍ରଭାସରଙ୍କର ଏହି ପୋଷ୍ଟ ଖୁବ୍ ଭାଇରାଲ ହୋଇଛି। ଏହି ପୋଷ୍ଟ ଉପରେ ଫ୍ୟାନ୍ସ ମାନେ ଖୁବ୍‌ ରିଆକ୍ସନ ରଖିଛନ୍ତି।

ଏଠି କହି ରଖିବୁ, ଏହା ପୂର୍ବରୁ ପ୍ରଭାସ ତାଙ୍କର ଇନ୍‌ଷ୍ଟାଗ୍ରାମ୍ ଆକାଣ୍ଟଉରେ କରୋନା ଭାଇରସ  ନେଇ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ “ ହଁ, ଏହା ଏକ କଠିନ ସ୍ୱାସ୍ଥ୍ୟ ଏବଂ ସାର୍ବଜନୀନ ସୁରକ୍ଷା ପାଇଁ ଚ୍ୟାଲେଞ୍ଜ। ହେଲେ, ମନେ ରଖନ୍ତୁ, ଏହି ମହାମାରୀ କରୋନା ଭାଇରସ  ଉପରେ ଜିତ୍‌ ହାସଲ କରିବା ପାଇଁ ପ୍ରତ୍ୟେକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିଛିଟା ସଚେତନ ରହିବା ଏବଂ ଗୁଜବଠାରୁ ଦୂରରେ ରହି ଆମେ ଏହି ମହାମାରୀ ଉପରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିପାରିବା’

You might also like