ପୁଣି ଫସିଲା ‘ବାଲା’ !

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍‌ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖା ଦେଇଥିଲା ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି।

ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍‌ଜିତ୍ ସିଂହ ପଡନ୍‌) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍‌ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି।

ସେ ମୋଦକ ଫିଲ୍ମସ୍‌, ବାଦ୍‌ଶାହ୍‌, ସୋନି ମ୍ୟୁଜିକ୍‌ ଓ ଗୀତିକାର ସଚିନ୍‌ ଜିଗରଙ୍କୁ ଟାର୍ଗେଟ୍‌ କରି ଏକ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି- ଏହି ଗୀତକୁ ଆପଣମାନେ କେବେ କମ୍ପୋଜ୍‌ କଲେ। ଆପଣ ମାନଙ୍କର ସାହାସ କେମିତି ହେଲା ମୋ ପୁରୁଣା ହିଟ୍‌ ଗୀତକୁ ଏମିତି ବ୍ୟବହାର କରିବାକୁ। ଆପଣମାନଙ୍କୁ ଅରିଜିନାଲ୍‌ ହେବାର ଆବଶ୍ୟକତା ରହିଛି। ଆପଣମାନଙ୍କ ସହ ମୋ ଓକିଲ କଥା ହେବେ।

ସୂଚନା ଅନୁଯାୟୀ, ‘ବାଲା’ ଫିଲ୍ମର ଗୀତ ‘ଡୋଣ୍ଟ ବି ସାଏ’ ନିକଟରେ ରିଲିଜ୍‌ ହୋଇଥିଲା। ଏହି ଗୀତଟି ହେଉଛି Dr. Zeusଙ୍କର ଏକ ପପୁଲାର୍‌ ହିଟ୍‌ ଟ୍ରାକ୍। ବିନା କୌଣସି କ୍ରେଡିଟ୍‌ରେ ‘ବାଲା’ ଫିଲ୍ମରେ ଏହି ଗୀତ କମ୍ପୋଜ୍ ହୋଇଥିବାରୁ ଡିଆର୍ ଜିୟୁସ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ଏଥର ବିଗ ବିସ୍ ଫିନାଲେରେ ରହିବେ ଟପ୍‌ ୫

ଉଧାର ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି ସଲମାନ୍‌ !

ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଓଲିଉଡ୍‌ ହିରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

You might also like