ଆମେରିକାରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଏବେ ଆମେରିକାରେ। ଆମେରିକାର ଗ୍ଲୋବାଲ୍‌ ସିଟିଜେନ୍‌ ସ୍ମାର୍ଟଫୋନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସ୍କ୍ରିନିଂ ହେବାକୁ ଯାଉଛି ଓଡ଼ିଆ ସର୍ଟ ଫିଲ୍ମ “ସଂଯୋଗ”। ସେପ୍ଟେମ୍ବର ୨୦ ତାରିଖରେ ଏହି ଫିଲ୍ମ ଆମେରିକା ସିକାଗୋ ସହରରେ ଥିବା ହ୍ୱିଟନ୍‌ର ବର୍ଣ୍ଣ ବୁସ୍ ଗ୍ୟାଲେରୀରେ ସ୍କ୍ରିନିଂ ହେବ।

ଏହି ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବା ଆସିଥିବା ୫୨୬ଟି ଫିଲ୍ମ ମଧ୍ୟରୁ ଚୟନକର୍ତ୍ତାମାନେ ମାତ୍ର ୩୦ଟି ଫିଲ୍ମକୁ ବାଛିଥିଲେ। ଏଥିମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଫିଲ୍ମ “ସଂଯୋଗ” । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ସର୍ଟ ଫିଲ୍ମ ମେକର ଆଶୁତୋଷ ପଟ୍ଟନାୟକ।

ଭିନ୍ନକ୍ଷମ ଝିଅ ଓ ବାପର ସମ୍ପର୍କକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟିରେ ଅଭିନୟ କରିଛନ୍ତି ଭେଟେରାନ ଅଭିନେତା ସୁରେଶ ମିଶ୍ର ଓ ଏଆର୍‌ ସୁଧାଶ୍ରୀ। ପୂର୍ବରୁ ୨୦୧୮ରେ ସଂଯୋଗ ଫିଲ୍ମଟି ୱି କେୟାର୍‌ ଫେଷ୍ଟିଭାଲ୍‌ରେ ସମ୍ମାନିତ ହେବା ସହିତ ବହୁ ପ୍ରଶଂସିତ ହୋଇଥିଲା। ସକ୍ଷମ ଓ ଭିନ୍ନକ୍ଷମଙ୍କ ଭିତରେ ଭିନ୍ନତା କିଛି ନଥାଏ। କିଛିଟା ଅକ୍ଷରର ଭିନ୍ନତା ଥାଏ ଯାହାକୁ ସଜାଡ଼ି ଦେବାରେ ହିଁ ସୃଷ୍ଟି ହୁଏ ଏକ ସଂଯୋଗ । ଏହା ହିଁ ହେଉଛି ଫିଲ୍ମର ଥିମ୍।

ଆଶୁତୋଷ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟିଭି ଇନ୍‌ଷ୍ଟିଟ୍ୟୁଟ୍‌ରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଛନ୍ତି। ସେ ଅନେକ ସର୍ଟ ଫିଲ୍ମ ନିର୍ମାଣ କରିବା ସହିତ ଡକ୍ୟୁମେଣ୍ଟାରି ମଧ୍ୟ ତିଆରି କରିଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ଗୀତ ବି ଲେଖିଛନ୍ତି।  ‘ସଂଯୋଗ’ ଫିଲ୍ମଟି ତାଙ୍କର ପ୍ରଥମ ଫିଲ୍ମ ନୁହେଁ ଯାହା ବିଦେଶରେ ହେଉଥିବା ପ୍ରତିଯୋଗିତାରେ ସାମିଲ ହୋଇଛି। ଏହା ପୂର୍ବରୁ  ‘ଆଇ ହ୍ୟାବ୍‌ ଏ ଡ୍ରିମ୍‌’, ‘ମୀରା ଏ ଭଏସ୍‌ ଫର୍‌ ଅଦର୍’  ଭଳି ଫିଲ୍ମ ଆମେରିକା, ପାନାମା, ଲେବାନନ୍‌ ଓ ତୁର୍କୀ ଭଳି ଦେଶରେ ଆୟୋଜିତ ପ୍ରତିଯୋଗିତା ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛି। ଏଥିସହିତ ତାଙ୍କ ପ୍ରସ୍ତୁତ ‘ଶ୍ରୀକ୍ଷେତ୍ରରୁ ସାହି ଜାତ’ ଡକ୍ୟୁମେଣ୍ଟାରୀ ମଧ୍ୟ ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ସୌଜନ୍ୟ ୟୁଟ୍ୟୁବ୍

ସଂଯୋଗ ଫିଲ୍ମ-

 

 

ଆହୁରି ପଢ଼ନ୍ତୁ

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?

ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ପୁଣି ଫସିଲା ‘ବାଲା’ !

ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ

ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍‌ କାହାପାଇଁ

୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

You might also like