ଆର୍ଯ୍ୟାନନ୍ଦା ବାବୁ ଜିତିଲେ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍‌’

ମୁମ୍ବାଇ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍‌’ର ବିଜେତା ଘୋଷଣା କରାଯାଇଛି। କେରଳର ଆର୍ଯ୍ୟାନନ୍ଦା ବାବୁ ତାଙ୍କ ସ୍ୱରର ଯାଦୁ ଦେଖାଇ ଏହି ଟାଇଟେଲ୍‌ ହାତେଇ ନେଇଛନ୍ତି। ରବିବାର ଦିନ ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା।  ଟପ୍‌ ୩ରେ ଆର୍ଯ୍ୟାନନ୍ଦାଙ୍କ ସହ ରଣିତା ବାନାର୍ଜୀ ଏବଂ ଗୁରୁକିରତ ସିଂ ରହିଥିଲେ। ଏହି ଦୁଇ ଜଣଙ୍କୁ ମାତ୍ ଦେଇ ଶେଷରେ ଆର୍ଯ୍ୟାନନ୍ଦା ଏହି ସିଜନ୍‌ର ବିଜୟିନୀ ପାଲଟିଯାଇଛନ୍ତି। ଆର୍ଯ୍ୟାନନ୍ଦାଙ୍କୁ ଟ୍ରୋଫି ସହ ନଗଦ ପୁରସ୍କାର ଭାବରେ ୫ ଲକ୍ଷ ଟଙ୍କା ଚେକ୍ ଦିଆଯାଇଛି।

ବିଜୟର ଖୁସି ବାଣ୍ଟିବାକୁ ଯାଇ ଆର୍ଯ୍ୟାନନ୍ଦା କହିଛନ୍ତି, “ସତ କହିବାକୁ ଗଲେ ମୋର ସ୍ୱପ୍ନ ସାକାର ହୋଇଛି। ସା ରେ ଗା ମା ପା ଲିଟିଲ୍ ଚାମ୍ପର ଏହି ଯାତ୍ରା ମୋ ପାଇଁ ଏକ ସୁନ୍ଦ ଅଭିଜ୍ଞତା ଥିଲା।  ମୁଁ ସମସ୍ତ ପରାମର୍ଶଦାତା ଏବଂ ବିଚାରପତିଙ୍କୁ କୃତଜ୍ଞତା ଜଣାଉଛି। ସେମାନେ ମୋତେ ସର୍ବଦା ସମର୍ଥନ କରିଛନ୍ତି ଏବଂ ଜଣେ ଗାୟକ ଭାବରେ ମୋର ଦକ୍ଷତାକୁ ଚିହ୍ନିବାରେ ସାହାଯ୍ୟ କରିଛନ୍ତି। ଏଥିସହ ଏହି ମଞ୍ଚ ମତେ କିଛି ଭଲ ବନ୍ଧୁ ଦେଇଛି। ସେମାନଙ୍କ ସହ ବିତାଇଥିବା ସମୟକୁ ମୁଁ ସର୍ବଦା ମନେରଖିବି।

ଆର୍ଯ୍ୟାନନ୍ଦାଙ୍କ ବିଜୟରେ ଜଜ୍ ଅଲକା ୟାଗ୍ନିକ୍ କହିଛନ୍ତି ଯେ, ଶୋ ଆରମ୍ଭରୁ ଆର୍ଯ୍ୟାନନ୍ଦାଙ୍କ ଦକ୍ଷତା ଦେଖିବାକୁ ମିଳିଥିଲା।  ଚମତ୍କାର ପ୍ରଦର୍ଶନ କରି ସେ ସବୁଥର ଆମକୁ ଆଶ୍ଚର୍ଯ୍ୟ କରିଦେଉଥିଲେ। ସେ ଏହି ମଞ୍ଚର ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କର ପ୍ରତ୍ୟେକ ଗୀତ ଅବିସ୍ମରଣୀୟ ଥିଲା। ଆର୍ଯ୍ୟାନନ୍ଦା ଏବଂ ଆମର ରନର୍ ଅପ୍ – ରଣିତା ଏବଂ ଗୁରୁକିରତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଅନେକ ସଂଘର୍ଷ କରି ଏହି ପିଲାମାନେ ମଞ୍ଜରୁ କିଛି ନୂଆ ଶିଖିବାକୁ ଚେଷ୍ଟା କରିଥିଲେ। ପୁରା ଯାତ୍ରା ବହୁତ ଆନନ୍ଦଦାୟକ ଥିଲା। ମୁଁ ସମସ୍ତ ପ୍ରତିଯୋଗୀଙ୍କର ଉଜ୍ଜ୍ୱଳ ଭବିଷ୍ୟତର ପାଇଁ କାମନା କରୁଛି।

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like