୫୨ ବର୍ଷରେ ଆଖି ବୁଜିଲେ ସିଙ୍ଗର ଅରିଜିତ ସିଂଙ୍କ ମା’ ଆଦିତି ସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂଙ୍କ ମା’ ଆଦିତି ସିଂଙ୍କ ଦେହାନ୍ତ ହୋଇଛି। ବୁଧବାର କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। Cerebral ଷ୍ଟ୍ରୋକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

କରୋନାରେ ଆକ୍ରାନ୍ତ ହୋଇ ଆଦିତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୋମବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ବୁଧବାର ଦିନ Cerebral ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ଘଟିଛି।

ମେ’ ୬ରେ ବଙ୍ଗାଳୀ ଫିଲ୍ମ ନିର୍ମାତା ଶ୍ରୀଜିତ ମୁଖାର୍ଜୀ ଟ୍ୱିଟରରେ ଏକ ପୋଷ୍ଟ ଶେଆର କରିଥିଲେ। ଅରିଜିତଙ୍କ ମା’ ଆଦିତିଙ୍କୁ ନେଗେଟିଭ ବ୍ଲଡ ଗ୍ରୁପ ଡୋନରର ଆବଶ୍ୟକତା ରହିଛି ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଥିଲେ।ଏଥିପାଇଁ ସାହାଯ୍ୟ କରିବା ପାଇଁ ଶ୍ରୀଜିତ ଅନୁରୋଧ କରିଥିଲେ।

ଅରିଜିତ ମଧ୍ୟ କିଛି ଦିନ ତଳେ ଫେସବୁକରେ ଏକ ଲମ୍ବା ପୋଷ୍ଟ ଶେଆର କରିଥିଲେ. ଏଥିରେ ସେ କିପରି ମହାମାରୀ କରୋନାର ମୁକାବିଲା କରି ହେବ ସେନେଇ ଅନେକ ଟିପ୍ସ ଦେଇଥିଲେ।

ବଲିଉଡରେ ଅରିଜିତ ସିଂ ଜଣେ ଜଣାଶୁଣା ସିଙ୍ଗର ଭାବେ ବେଶ ପରିଚିତ। ତାଙ୍କର ହିଟ ଟ୍ରାକ ମଧ୍ୟରେ ରହିଛି ଫିଲ୍ମ ‘ଆଶିକ ୨’ର ଗୀତ Tum Hi Ho ‘, Agar Tum Saath Ho Humdard ,Kalank  ଇତ୍ୟାଦି।

You might also like