ଶାଢୀ ବୁଣୁଛନ୍ତି ଅର୍ଚ୍ଚିତା

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅର୍ଚ୍ଚିତାଙ୍କୁ ନୂଆ ନୂଆ କାମ ଶିଖିବାକୁ ଭଲ ଲାଗେ। ନିକଟରେ ସେ ଶାଢୀ ବୁଣା କାମ ଶିଖିବାକୁ ଚେଷ୍ଟା କରିଥିଲେ।

ଗତ କିଛି ଦିନ ତଳେ ଅର୍ଚ୍ଚିତା ବରଗଡ ଯାଇଥିଲେ। ସେଠାରେ ସେ କିଛି ବୁଣାକାର ଘରକୁ ଯାଇ ସେମାନେ ଶାଢୀ କେମିତି ବୁଣୁଛନ୍ତି ଦେଖିଥିଲେ। କେବଳ ଦେଖିନଥିଲେ, ଅର୍ଚ୍ଚିତା ସେଠାରେ କିଛି ସମୟ ରହି ଶାଢୀ ବୁଣା ଶିଖିବାକୁ ଚେଷ୍ଟା କରିଥିଲେ।

ଅର୍ଚ୍ଚିତାଙ୍କ କହିବା ଅନୁଯାୟୀ, ଜାତିର ପିତା ମହାତ୍ମା ଗାନ୍ଧି ଭାରତର ହସ୍ତତନ୍ତକୁ କେମିତି ଅଧିକ ମାତ୍ରାରେ ବ୍ୟବହାର କରାଯିବ ସେଥିପାଇଁ ଚେଷ୍ଟା କରିଥିଲେ। ଆଉ ତାଙ୍କ ଆଦର୍ଶରେ ଭାରତର ହସ୍ତତନ୍ତ ଶିଳ୍ପ ବହୁତ ଆଗକୁ ଯାଇଛି। ମତେ ଓଡ଼ିଶାରେ ତିଆରି କପଡା ପିନ୍ଧିବାକୁ ଭଲ ଲାଗେ। ଯେତେବେଳେ ମୁଁ ବିଦେଶ ଯାଇଛି ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର କରିଛି। ଓଡ଼ିଶାରେ ତିଆରି ଶାଢୀ ପିନ୍ଧିବା ସମୟରେ ମତେ ସବୁବେଳେ ସେ ଶାଢୀକୁ ସୁନ୍ଦର ଭାବେ ତିଆରି କରିଥିବା ବୁଣାକାରଙ୍କ କଥା ମନେପଡେ। ସେଥିପାଇଁ ମୁଁ ବରଗଡର କିଛି ବୁଣାକାରଙ୍କୁ ଭେଟି ତାଙ୍କଠୁ ଶାଢୀ କେମିତି ବୁଣାଯାଏ ଶିଖିଥିଲି।

ସୂଚନା ଅନୁଯାୟୀ, ଅର୍ଚ୍ଚିତାଙ୍କୁ ଓଲିଉଡ୍‌ର ସବୁଠୁ ଷ୍ଟାଇଲିଶ୍‌ ଅଭିନେତ୍ରୀ କୁହାଯାଏ। ‘ବାବୁ ଆଇ ଲଭ୍‌ ୟୁ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ଅର୍ଚ୍ଚିତା ଓଲିଉଡ୍‌ରେ ୩୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।

 

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

You might also like