ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍ ଅପସରା
ଭୁବନେଶ୍ୱର: ତିନି ଚାରିଦିନ ହେବା ଜଣେ ଓଡ଼ିଆ ହିରୋଇନ୍ଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହୁଛି। ସେ ବର୍ତ୍ତମାନ୍ ଇଣ୍ଟର୍ନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି। ନେଟିଜେନ୍ସ (ଇଣ୍ଟର୍ନେଟ୍ ବ୍ୟବହାରକାରୀ)ମାନେ ତାଙ୍କ ନାଁକୁ ସର୍ବାଧିକ ଥର ସର୍ଚ୍ଚ କରୁଥିବାର ଦେଖାଯାଉଛି।
ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍ଗୋପାଲ୍ ବର୍ମା ତାଙ୍କ ଅପ୍କମିଂ ୱେବ୍ ଫିଲ୍ମ ‘ଥ୍ରୀଲର୍’ରେ ଅଙ୍କିତାଙ୍କୁ ଅଭିନେତ୍ରୀ ଭାବେ ଲଞ୍ଚ୍ କରିବାକୁ ଯାଉଛନ୍ତି। କିଛିଦିନ ତଳେ ସେ ଅଙ୍କିତାଙ୍କ ଫଟୋକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଏହି ଟ୍ୱିଟ୍ ଭାଇରାଲ୍ ହେବା ପରେ ଅଙ୍କିତାଙ୍କ ନାଁ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି। ତାଙ୍କର ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ ଫଲୋଅର ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି।
ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି। ବଲାଙ୍ଗିରରେ ଘଟିଥିବା ପାର୍ସଲ୍ ବୋମା ଘଟଣାକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। କିନ୍ତୁ ଫିଲ୍ମ ବିରୋଧରେ ମାମଲା ଚାଲିଥିବାରୁ ଏପର୍ଯ୍ୟନ୍ତ ଏହା ପ୍ରେକ୍ଷାଳୟରେ ରିଲିଜ୍ ହୋଇପାରି ନାହିଁ।
ତେବେ ସୋସିଆଲ୍ ମିଡିଆରେ ତାଙ୍କର ବୋଲ୍ଡ ଫଟୋ ଅପ୍ଲଡୋ ହେବା ପରେ ଏହା ଖୁବ୍ ଭାଇରାଲ୍ ହେଉଛି। କିନ୍ତୁ ମିଳିଥିବା ଅପଡେଟ୍ ଖବର ଅନୁସାରେ ଫଟୋ ଭଳି ତାଙ୍କର ଫିଲ୍ମ କିନ୍ତୁ ବୋଲ୍ଡ ନୁହେଁ।
ଓଡ଼ିଶାର ନୟାଗଡ଼ କଣ୍ଟିଲୋରେ ଜନ୍ମ ହୋଇଥିବା ଅଙ୍କିତା ଦେହରାଦୁନ୍ରେ ବଢ଼ିଛନ୍ତି। ବଲିଉଡ୍ ଷ୍ଟାର୍ ହେବାକୁ ଇଚ୍ଛା ରଖିଥିବା ଅପସରା ତାଙ୍କ ଅପ୍କମିଂ ଫିଲ୍ମରେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ କରୋନା ସମୟରେ ଏହିସବୁରୁ ନିବୃତ୍ତ ରହିଛନ୍ତି ଅପସରା। ତେବେ ତାଙ୍କର ସ୍ୱପ୍ନପଥରେ ଅଗ୍ରସର ହେବା ପାଇଁ ସେ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। ତା ସହିତ ଭାଇରାଲ୍ ହେଉଥିବା ବୋଲ୍ଡ ଫଟୋଗୁଡ଼ିକ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କର ଥିବା ଭଲପାଇବାକୁ କମାଇଦେବନି ବୋଲି ଏକ ୱେବ୍ ତ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଅଙ୍କିତା।
ହାଇଦ୍ରାବାଦ୍ରେ ରହି ଫିଲ୍ମ କରୁଥିବା ଅପସରା ମଝିରେ ମଝିରେ ଓଡ଼ିଶା ମଧ୍ୟ ଆସନ୍ତି। ସେ ଚାହାଁନ୍ତି ଲୋକେ ତାଙ୍କୁ ଫିଲ୍ମର ଚରିତ୍ର ଅନୁସାରେ ନୁହେଁ ବରଂ ତାଙ୍କର ଟାଲେଣ୍ଟ ଅନୁସାରେ ଜଜ୍ କରନ୍ତୁ।।
ଅଙ୍କିତାଙ୍କୁ ଅପସରା ନାଁରେ ପ୍ରମୋସନ୍ କରି ରାମ୍ଗୋପାଲ୍ ତାଙ୍କ ଟ୍ୱିଟର୍ରେ ଲେଖିଥିଲେ ସେ ଏଥିରେ ଲେଖିଛନ୍ତି “ ଅପ୍ସରାଙ୍କୁ ଭେଟିବା ପୂର୍ବରୁ ୧୯୯୯ର ହରିକେନ(ବାତ୍ୟା) ବ୍ୟତୀତ ଓରିଶା(Orissa) ବିଷୟରେ ମୁଁ ବେଶିକିଛି ଶୁଣି ନଥିଲି। ଏବେ ମୁଁ ଅପସରାଙ୍କୁ ଭେଟିବା ପରେ ଓରିଶା ଯେ ଅନେକ ପ୍ରକାରର ‘ହରିକେନ୍’ ସୃଷ୍ଟି କରିପାରେ ତାହା ଅନୁଭବ କରୁଛି। ଏବେ ଜଣାପଡ଼ିଲା ଓରିଶାରେ ବି ଏମିତି ଅପୂର୍ବ ସୁନ୍ଦରୀ ଥାଇପାରନ୍ତି”।
ତେବେ ରାମ୍ଗୋପାଲଙ୍କର ଏହି ଟ୍ୱିଟ୍କୁ ଅନେକ ନାପସନ୍ଦ କରିବା ସହିତ ସମାଲୋଚନା ମଧ୍ୟ କରିଥିଲେ। ଜଣେ ପ୍ରତିଭାକୁ ସୁଯୋଗ ଦେବା ଭଲ କଥା, ହେଲେ ଓଡ଼ିଶାର ବହୁ ମହନୀୟ ପ୍ରତିଭା ବିଷୟରେ ନଜାଣି ଏମିତି ମତ ରଖିବା ରାମଗୋପାଲ ବର୍ମା ନିଜ ଅଜ୍ଞତାର ପରିଚୟ ଦେଇଛନ୍ତି ବୋଲି ଅନେକ ଟ୍ୱିଟ୍ କରିଛନ୍ତି।
ଅପସରା ରାଣୀଙ୍କର ପିଲାଦନି ନୟାଗଡ଼ର କଣ୍ଟିଲୋରେ ବିତିଥିବା ବେଳେ ହାଇଦ୍ରାବାଦ ତାଙ୍କର କର୍ମ କ୍ଷେତ୍ର। ସେ ଅଭିନେତ୍ରୀ ସହିତ ଜଣେ ଭଲ ଡାନ୍ସର ଓ ଥିଏଟର୍ ଅଭିନେତ୍ରୀ ମଧ୍ୟ।
ତେବେ ଅନେକ ଓଡ଼ିଆ ତାଙ୍କ ଟ୍ୱିଟ୍ରେ ପ୍ରତିକ୍ରିୟା ରଖିବା ପରେ ପରବର୍ତ୍ତୀ ଟ୍ୱିଟ୍ରେ ରାମଗୋପାଲ ବର୍ମା ନିଜ ଭୁଲ ସୁଧାରିଥିଲେ। ଏଥର ସେ ଓରିଶା ବଦଳରେ ଓଡ଼ିଶା ଲେଖିଛନ୍ତି। ସେହିପରି ଓଡ଼ିଶାରେ ପ୍ରତିଭା ଭରପୂର ଅଛନ୍ତି ବୋଲି ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ।