ରଶିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା? କାହିଁକି ଗୁଗଲ୍‌ରେ ଆସୁଛି ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ହେଉଛନ୍ତି ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ। ଏ ଖବର ପାଇ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ଆମେ ନୁହଁ, ଗୁଗଲ୍‌ କହୁଛି। ଗୁଗଲ୍‌ରେ ରଶିଦ ଖାନଙ୍କ ପତ୍ନୀ କିଏ ବୋଲି ସର୍ଚ୍ଚ କଲେ ଉତ୍ତରରେ ଅନୁଷ୍କା ଶର୍ମା ଆସିବେ।

ତେବେ ଗୁଗଲ୍‌ରେ ରଶିଦ୍‌ ଖାନ୍‌ଙ୍କ ପତ୍ନୀ ସ୍ଥାନରେ କାହିଁକି ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି। ଏ ପୁରା ମାମଲା ୨୦୧୮ରୁ ଆରମ୍ଭ ହୋଇଥିଲା।  ବାସ୍ତବରେ ପ୍ରଶଂସକଙ୍କ ସହ ଚାଟ୍ କରିବା ସମୟରେ ରଶିଦ୍ ଖାନଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନଗୁଡିକ ମଧ୍ୟରୁ ଗୋଟିଏ ଥିଲା, ବଲିଉଡରେ ତାଙ୍କର ପ୍ରିୟ ଅଭିନେତ୍ରୀ କିଏ? ରଶିଦ ତାର ଉତ୍ତରରେ ଅନୁଷ୍କା ଶର୍ମା ଏବଂ ପ୍ରୀତି ଜିଣ୍ଟା ବୋଲି କହିଥିଲେ। ଯାହାକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

ରଶିଦ୍‌‌ଙ୍କ ପସନ୍ଦର ଅଭିନେତ୍ରୀ ଅନୁଷ୍କା ଶର୍ମା ଥିବାରୁ ସେବେଠୁ ରଶିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ବୋଲି ଗୁଗଲ୍‌ରେ ଦେଖଉଛି। ଯେତେବେଳେ କି ଏପର୍ଯ୍ୟନ୍ତ ରସିଦ୍‌ ଖାନ୍‌ ବିବାହ କରିନାହାନ୍ତି।

ସୂଚନାଯୋଗ୍ୟ, ୧୯୯୮ରେ ଜନ୍ମ ହୋଇଥିବା ରଶିଦ ଖାନ ଜଣେ ଆଫଗାନିସ୍ତାନ କ୍ରିକେଟର ଏବଂ ବର୍ତ୍ତମାନ ତାଙ୍କ ଦଳର ଡେପୁଟି ଅଧିନାୟକ। ସେ ଜୁନ୍ ୧୧ରେ ଭାରତ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହାପରେ ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ।

 

ଆହୁରି ପଢ଼ନ୍ତୁ

ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

You might also like