ଅନୁଷ୍କାଙ୍କ ସହ ଫଟୋ ଉଠାଇଲେ ଶାହବାଜ ଅହମ୍ମଦ: କହିଲେ ‘ଫ୍ୟାନ୍‌ ବୟ ମୋମେଣ୍ଟ’

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେଠାରେ ସେ ଶାହବାଜଙ୍କ ସହ ଫଟୋ ଉଠାଇଥିଲେ।

ଏହି ଫଟୋକୁ ଶାହବାଜ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ ଲେଖିଛନ୍ତି, ‘ଗୋଟେ ଫ୍ୟାନ୍‌ ବୟ ମୋମେଣ୍ଟ’।

View this post on Instagram

A fanboy moment! 🤗

A post shared by Shahbaz Ahmed (@shahbaz.a77) on

ଶାହବାଜଙ୍କ ଏହି ଫଟୋକୁ ଅନୁଷ୍କାଙ୍କ ସ୍ୱାମୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପସନ୍ଦ କରିଛନ୍ତି। ଏଥିସହ ଶାହବାଜଙ୍କ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ୫୦ହଜାରରୁ ଅଧିକ ଲାଇକ୍‌ ମିଳିଛି।

ସୂଚନାଯୋଗ୍ୟ, ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ନିକଟରେ ସେ ଘରକୁ ଜଣେ ନୂତନ ଅତିଥି ଆସୁଛନ୍ତି ବୋଲି ସୂଚନା ଦେଇଥିଲେ। କରୋନା ମହାମାରୀ ପାଇଁ ୟୁଏଇରେ ଆଇପିଏଲ୍ ୨୦୨୦ ଅନୁଷ୍ଠିତ ହେଉଛି। ଏବଂ ଅନୁଷ୍କା ଆଜିକାଲି ତାଙ୍କ ସ୍ୱାମୀ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି।

 

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like