ଭିଡିଓ ଗେମ୍ରେ ଅନୁଷ୍କା ଶର୍ମାଙ୍କ ଏହି ଫଟୋ
ମୁମ୍ବାଇ: ବରୁଣ ଧାୱନ୍ ଓ ଅନୁଷ୍କା ଶର୍ମା ଅଭିନୀତ “ସୁଇ ଢାଗା” ସିନେମାଟି ଚଳିତ ବର୍ଷର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହି ସିନେମାଟି ଘୋଷଣା ହେବା ଦିନରୁ ହିଁ ଏହାର ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଏହାରି ମଧ୍ୟରେ ଏହି ସିନେମାର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଟ୍ରେଲର୍ଟି ଆସିବା ପରଠାରୁ ଏହି ସିନେମାକୁ ନେଇ ପ୍ରଚାର ଏକ ନୂଆ ସ୍ତରରେ ଚାଲିଛି। ବିଶେଷ କରି ସୋଶାଲ୍ ମିଡିଆରେ ଅନୁଷ୍କାଙ୍କ ମିମି ଫଟୋ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ବିଭିନ୍ନ ସମୟରେ ତାଙ୍କର ମିମି ଫଟୋକୁ ମଜାଦାର ଢ଼ଙ୍ଗର ବ୍ୟବହାର କରାଯାଉଛି। ଯାହାକୁ ନେଇ ଦର୍ଶକମାନେ ବି ବେଶ୍ ମଜା ଉଠାଉଛନ୍ତି। ଏହାରିଭିତରେ ଫଟୋଠାରୁ ଆଉପାଦେ ଆଗକୁ ଯାଇ ଏକ ଭିଡିଓ ଗେମ୍ ପ୍ରସ୍ତୁତ୍ କରାଯାଇଛି। ଏଥିରେ ସବୁଠାରୁ ଲୋକପ୍ରିୟ ଗେମ୍ କ୍ୟାରାକ୍ଟର ମାରିଓଙ୍କ ଜାଗାରେ ଅନୁଷ୍କାଙ୍କ ଫଟୋକୁ ସେଟ୍ କରାଯାଇଛି। ଯାହାକୁ ଦେଖି ଦର୍ଶକମାନେ ହସି ହସି ବେଦମ ହେଉଛନ୍ତି।