ନିଜ ବାହୁରେ ବିରାଟଙ୍କୁ ଉଠାଇଦେଲେ ଅନୁଷ୍କା!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ସୋସିଆଲ ମିଡିଆରେ ଚଳଚଞ୍ଚଳ ରହିବା ସହ କିଛି ନା କିଛି ସେଆର କରିବା ଦେଖାଯାଏ। କେତେବେଳେ ନିଜ ଝିଅ ସହ ସୁନ୍ଦର ଫଟୋ ପୋଷ୍ଟ କରନ୍ତି ତ ପୁଣି କେତେବେଳେ ପତି ବିରାଟଙ୍କ ସହ ଟାଇମ ପାସ କରୁଥିବା ଫଟୋ ପୋଷ୍ଟ କରନ୍ତି। କିନ୍ତୁ ନିକଟରେ ଅନୁଷ୍କା ପୋଷ୍ଟ କରିଥିବା ଭିଡିଓଟି ସମ୍ପୂର୍ଣ୍ଣ ଭିନ୍ନ ଯାହା ତାଙ୍କ ପ୍ରଶଂସକମାନଙ୍କୁ ତାବୁଜ କରିଛି। କାରଣ ଏଥର ଅନୁଷ୍କା ତାଙ୍କ ବାଇସେପର କରାମତି ଦେଖେଇଛନ୍ତି।

ସୋସିଆଲ ମିଡିଆରେ ବହୁ କ୍ଷୀପ୍ର ଗତିରେ ଭାଇରାଲ ହେଉଥିବା ଅନୁଷ୍କାଙ୍କ ଏହି ଭିଡିଓରେ ସେ ପତି ବିରାଟଙ୍କୁ ନିଜ ବାହୁରେ ଉଠାଇ ଦେଇଥିବା ଦେଖାଯାଏ। ଥରେ ନୁହେଁ, ଦୁଇ ଦୁଇ ଥର ସେ ବିରାଟଙ୍କୁ ଉଠାଇଥିବା ଏହି ଭିଡିଓରେ ଦେଖାଯାଏ। ଏହି ଭିଡିଓକୁ ଦେଖି ତାଙ୍କ ପ୍ରଶଂସକମାନେ ସାବାସି ଦେଇଛନ୍ତି। ଏହି ଭିଡିଓରେ ଅନୁଷ୍କା ଓ ବିରାଟଙ୍କ ଭିତରେ ବଢିଆ କେମେଷ୍ଟ୍ରି ବି ଦେଖିବାକୁ ମିଳିଛି। ଅନୁଷ୍କା ପ୍ରଥମ ଥର ଯେତେବେଳେ ବିରାଟଙ୍କୁ ଉଠାଇଛନ୍ତି ବିରାଟ କହିଛନ୍ତି, “ଓ… ତେରୀ!” ଏହାପରେ ଅନୁଷ୍କା ବିରାଟଙ୍କୁ ନିଜେ ନିଜକୁ ଉଠାଇବାକୁ ଚେଷ୍ଟା ନ କରିବାକୁ କହିଛନ୍ତି । ପରବର୍ତ୍ତି ଚେଷ୍ଟାରେ ସେ ବିରାଟଙ୍କୁ ସହଜରେ ଉଠାଇଦେଇଥିବା ଭିଡିଓରେ ଦେଖିବାକୁ ମିଳେ। ଏହାପରେ ଖୁସି ହୋଇ ଅନୁଷ୍କା ନିଜ ବାଇସେପର ପ୍ରଶଂସା ବି କରିଛନ୍ତି।

ଅନୁଷ୍କା ଏହି ଭିଡିଓଟି ପୋଷ୍ଟ କରି “ଡୁ ଆଇ ଡୁ ଇଟ୍!” ବୋଲି ଲେଖିଛନ୍ତି। ଏହି ଭିଡିଓଟି ପୋଷ୍ଟ ହେବା କ୍ଷଣୀ କମେଣ୍ଟ ପରେ କମେଣ୍ଟ ଗଦା ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ତାଙ୍କ ଶକ୍ତିକୁ ସାବାସି ଦେବା ସହ ବିରାଟଙ୍କ ସହ ତାଙ୍କ ଯୋଡି ବହୁତ ଚମତ୍କାର ବୋଲି କହିଛନ୍ତି।

ଯଦି ଅନୁଷ୍କାଙ୍କ ସିନେମା ଦୁନିଆ କଥା କୁହାଯାଏ ତେବେ ସେ ଖୁବ ଶୀଘ୍ର ଫେରୁଥିବା ଜଣାଯାଏ। ମା ହେବା ପରେ ସେ କିଛିଦିନ ପାଇଁ ସିନେମା ଜଗତରୁ ଦୂରେଇ ଯାଇଥିଲେ।  ନିକଟରେ ସେ ଜଣେ ଆଡ୍ ସୁଟିଂରେ ଯାଇଥିଲେ। ଏହା ସ୍ପଷ୍ଟ କରୁଛି ଯେ ସେ ଖୁବ ଶୀଘ୍ର ସିନେମାକୁ ଫେରୁଛନ୍ତି।

You might also like