FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ-FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟ ବ୍ୟସ୍ତତା କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରିଛନ୍ତି ଅନୁପମ।

ତାଙ୍କର ଇଣ୍ଟର୍‌ନାସ୍‌ନାଲ୍‌ ଟିଭି ‘ଶୋ’ ପାଇଁ ଇସ୍ତଫା ଦେଇଥିବା ସେ ଟ୍ୱିଇଟ୍ କରିଛନ୍ତି । FTIIର ଚେୟାର୍‌ମ୍ୟାନ୍‌ ହିସାବରେ ଦାୟିତ୍ୱ ଅଧିକ ରହୁଥିବାରୁ ସେ ତାଙ୍କର ଟିଭି ‘ଶୋ’ ପାଇଁ ଫୋକସ୍ କରିପାରୁ ନଥିବାରୁ ସେ ପଦ ଛାଡ଼ିଛନ୍ତି।

ପ୍ରକାଶ ଥାଉକି, ୨୦୧୭ ଅକ୍ଟୋବର୍‌ରେ ଅନୁପମ ଖେର୍‌ଙ୍କୁ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ଚେୟାରମ୍ୟା‌ନ୍‌ ଭାବେ ଅବସ୍ଥାପିତ କରାଯାଇଥିଲା।

You might also like
Comments
Loading...