ସୁଶାନ୍ତ ସିଂ ମୃତ୍ୟୁ ପଛରେ ଅଛନ୍ତି ଆଉ ଜଣେ ମାଷ୍ଟରମାଇଣ୍ଡ୍ !
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପଛରେ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୁଖ ଭୂମିକା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପଛରେ ଆଉ ଜଣେ ମାଷ୍ଟରମାଇଣ୍ଡ୍ ଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସିବିଆଇ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ତେଣୁ ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ଖୁବ୍ଶୀଘ୍ର ପରଦା ହଟିବ ବୋଲି ସୁଶାନ୍ତଙ୍କ ପ୍ୟାନ୍ସମାନେ ଆଶବାଦୀ ଅଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା ସନ୍ଦୀପ ସିଂ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ପଛର ମାଷ୍ଟରମାଇଣ୍ଡ୍ ବୋଲି ଅଭିଯୋଗ ହୋଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲା ପଛରେ ସନ୍ଦୀପଙ୍କ ବଡ଼ ହାତ ରହିଛି।
ପ୍ରତ୍ୟକ୍ଷଦର୍ଶୀ ସୁରଜିତ୍ ସିଂ ରାଠୋର ଦାବି କରିଛନ୍ତି, ସନ୍ଦୀପ ସିଂ ଏସବୁ ମାମଲା ପଛର ମାଷ୍ଟରମାଇଣ୍ଡ ଥିଲେ। ଏପରିକି ସୁରଜିତ୍ ସନ୍ଦୀପଙ୍କୁ ‘ହତ୍ୟାକାରୀ’ ବୋଲି ମଧ୍ୟ କହିଛନ୍ତି। ଯଦି CBI ସନ୍ଦୀପଙ୍କୁ ଗିରଫ କରନ୍ତି, ତା’ହେଲେ ସବୁ କିଛି ଖୁଲାସା ହେବ ବୋଲି ସୁରଜିତ୍ କହିଛନ୍ତି।
Republic TVକୁ ଏକ୍ସକ୍ଲ୍ୟୁସିଭ୍ ଇଣ୍ଟରଭିୟୁ ଦେଇ ସୁରଜିତ୍ କହିଛନ୍ତି, ସୁରଜ ସିଂ ନାମକ ଜଣେ ବ୍ୟକ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତଙ୍କ ମୃତଦେହ ଦେଖାଇବାରେ ସାହାଯ୍ୟ କରିବା ପାଇଁ ତାଙ୍କୁ କହିଥିଲେ। ଆଉ ରିୟା ଯେତେବେଳେ ସୁଶାନ୍ତଙ୍କ ମୃତଦେହ ଦେଖିଥିଲେ ଏହି ସମୟରେ ସେ କହିଥିଲେ ‘ sorry, babu’। ଯାହା ତାଙ୍କୁ ଟିକେ ଅଜବ ପ୍ରକାରର ଲାଗିଥିଲା ବୋଲି ସୁରଜିତ୍ କହିଛନ୍ତି।
ସନ୍ଦୀପଙ୍କ ବ୍ୟବହାରରେ ସନ୍ଦେହ ସୃଷ୍ଟି ହେବାକୁ ନେଇ ସୁରଜିତ୍ କହିଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁ ଦିନ ସେ(ସନ୍ଦୀପ) ଏକ ବଡ଼ ଆମ୍ବୁଲାନ୍ସ ନେଇ ଆସିଥିଲେ, ଯେଉଁଥିରେ ସୁଶାନ୍ତଙ୍କ ମୃତଦେହ ନିଆଯାଇଥିଲା। ଏହାପରେ ଆଉ ଜଣେ ଅଧିକାରୀ ଆସିଥିଲେ ଓ ଏହାପରେ କିଛି କାଗଜପତ୍ର କାମ ଇତ୍ୟାଦି ହୋଇଥିଲା। ’
ସୁରଜିତ୍ ଆହୁରି କହିଛନ୍ତି, ‘ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ୩ଟାରେ ହୋଇଥିଲା। ମୁଁ ଜାଣିନାହିଁ ସେ(ସନ୍ଦୀପ) କରଣୀ ସେନା ସମ୍ପର୍କରେ କ’ଣ ସବୁ ସମ୍ପୃକ୍ତ ଅଧିକାରୀଙ୍କୁ ପାଖାପାଖି ୩୦ରୁ୪୫ ମିନିଟ୍ ଯାଏ କହିଥିଲେ। ମୁଁ ଭାବୁଛି ସେ(ସନ୍ଦୀପ) ହେଉଛନ୍ତି ହତ୍ୟାକାରୀ। ମୁଁ ତାଙ୍କୁ(ସନ୍ଦୀପ) ଏଥିପାଇଁ ମାଷ୍ଟରମାଇଣ୍ଡ ବୋଲି କହୁଛି, କାରଣ ପୂରା ମାମଲା ତାଙ୍କ ଦ୍ୱାରା ହିଁ ପରିଚାଳିତ କରୁଥିଲେ।’
ସନ୍ଦୀପଙ୍କ ସମ୍ପର୍କରେ ପୋଲିସ୍କୁ ଏ ବିଷୟରେ ଜଣାଇଥିଲେ କି ନାହିଁ ? ପ୍ରଶ୍ନର ଉତ୍ତରରେ ସୁରଜିତ୍ କହିଛନ୍ତି, ଜୁନ୍ ୨୭-୨୮ ଆଡ଼କୁ ବାନ୍ଦ୍ରା ଡିସିପି ତ୍ରିମୁଖୀଙ୍କୁ ଏସମ୍ପର୍କରେ ଜଣାଇଥିଲେ ଓ ତାଙ୍କ ସହ ଏକ ମିଟିଂ କରିବାକୁ ମଧ୍ୟ ପ୍ରୟାସ କରିଥିଲି। ହେଲେ ଡିସିପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ବୋଲି ସୁରଜିତ୍ କହିଛନ୍ତି।
ସୁରଜିତ୍ ଆହୁରି ମଧ୍ୟ ଦାବି କରିଛନ୍ତି, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ସପକ୍ଷରେ ସନ୍ଦୀପ ନାହାନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛୁ ଯେ, ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ? କାହିଁକ ଜଣେ ସାଙ୍ଗ ହୋଇ ସେ ଏସବୁ ଚାହୁଁ ନାହାନ୍ତି ? ସିବିଆଇ ତଦନ୍ତରେ ତାଙ୍କର ଅସୁବିଧା କ’ଣ ?
ମୁମ୍ବାଇ ପୋଲିସ୍ ଏସବୁକୁ ଲୁଚାଇବାକୁ ଚାହୁଁଛି, ନହେଲେ ସତ୍ୟ କ’ଣ ତାହା ନିଶ୍ଚୟ ସାମ୍ନାକୁ ଆସିଥାନ୍ତା। ଯଦି CBI ସନ୍ଦୀପଙ୍କୁ ଗିରଫ କରନ୍ତି, ତା’ହେଲେ ସେ ମଧ୍ୟ ସବୁ କିଛିର ଖୁଲାସା କରିବେ ବୋଲି ସୁରଜିତ୍ କହିଛନ୍ତି।