କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ ଅଙ୍କିତା?

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ପିତା କେକେ ସିଂ ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାର ନାଁରେ ଏଫଆଇଆର୍ ଦାଖଲ କରିଥିଲେ ଏବଂ କିଛି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେହି ଏଫଆଇଆର୍ ପରେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଶେଆର୍ କରିଥିଲେ ଏବଂ ଲେଖିଥିଲେ ଯେ ସତ୍ୟର ସର୍ବଦା ବିଜୟ ହୋଇଥାଏ।

କିଛିଦିନ ତଳେ ଅଙ୍କିତା ଏକ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କ ସମ୍ବନ୍ଧରେ କିଛି କଥା ଶେଆର କରିଥିଲେ। ଏପରିକି ଅଙ୍କିତା କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଗଲେ ନାହିଁ, ତାହାର ମଧ୍ୟ ଖୁଲାସା କରିଛନ୍ତି। ଅଙ୍କିତା କହିଛନ୍ତି ଯେ ଜଣେ ରିପୋର୍ଟର ଯେତେବେଳେ ମୋତେ ଫୋନ୍ କରି କହିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ଏବଂ ସେହି ସମୟରେ ମୋ ପାଦ ତଳୁ ମାଟି ଖସିଗଲା ବୋଲି ଲାଗିଲା।

ମୋତେ ଲାଗିଲା ଯେପରି ମୁଁ ଶେଷ ହୋଇଗଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହୋଇପାରିବି ନାହିଁ। କାରଣ ମୋତେ ଜଣାଥିଲା ଯେ ଯଦି ସୁଶାନ୍ତଙ୍କୁ ସେହି ଅବସ୍ଥାରେ ଦେଖିବି, ତାହେଲେ ମୁଁ କେବେବି ସେହି ଦୃଶ୍ୟକୁ ଭୁଲିପାରିବି ନାହିଁ।

ସୁଶାନ୍ତ କାହିଁକି ସୋସିଆଲ୍‌ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଏତେ କନେକ୍ଟ ହୋଇ ରହୁଥିଲେ? ଏହାକୁ ନେଇ ଅଙ୍କିତା କହିଛନ୍ତି, ସୁଶାନ୍ତ କହୁଥିଲେ ଯେ ମୁଁ ନିଜର ସମୟ ପ୍ରଶଂସକମାନଙ୍କୁ ଦେବାକୁ ଚାହେଁ। ମୋର କୌଣସି ଗଡ଼ଫାଦର ନାହାନ୍ତି। ପ୍ରଶଂସକ ହିଁ ମୋତେ ଆଗକୁ ନେବେ। ଯଦି ମୁଁ ଥରେ ଅସଫଳ ହେଲି, ତା’ପରେ ପୁଣିଥରେ ସେହି ସ୍ଥାନକୁ ଫେରିବା ପାଇଁ ମୋ ପାଖରେ କୌଣସି ଅନ୍ୟ ସୁଯୋଗ ନାହିଁ।

ଅଙ୍କିତା ଆହୁରି କହିଛନ୍ତି, ସୁଶାନ୍ତ ଏଭଳି ଜଣେ ଆର୍ଟିଷ୍ଟ ଥିଲେ, ଯାହାଙ୍କ ପାଇଁ ଦର୍ଶକଙ୍କ ତାଳିମାରିବା ହିଁ ସବୁକିଛି ଥିଲା। ସୁଶାନ୍ତ ସବୁବେଳେ କୁହନ୍ତି ଯେ ଯଦି ମୁଁ କାମ କରୁଛି ତାହେଲେ କ’ଣ ତାହା ଦର୍ଶକଙ୍କୁ କନେକ୍ଟ କରିପାରୁଛି? ସୁଶାନ୍ତଙ୍କ ପାଇଁ ଏସବୁ ଅଧିକ ଗୁରୁତ୍ୱ ରଖୁଥିଲା। ସେ କେବେବି ଅର୍ଥ ପଛରେ ଗୋଡ଼ାଉ ନଥିଲେ। ସେ କେବଳ ନିଜର ଅଭିନୟ ପାଇଁ ହିଁ ପାଗଳ ଥିଲେ।’

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like