‘ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌ ପରେ ମୋ ଜୀବନର ସବୁକିଛି ଶେଷ ହୋଇ ଯାଇଥିଲା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବାବେଳେ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ‌ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି। ଟିଭି ଶୋ’ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଉଭୟ ଡେଟ୍‌ ମଧ୍ୟ କରିଥିଲେ। ହେଲେ କିଛିଦିନ ପରେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ବ୍ରେକ୍‌ ଅପ୍‌କୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ହେଲେ ଏବେ ଅଙ୍କିତା ବଲିଉଡ୍‌ ବବଲ୍‌କୁ ଏକ ସାକ୍ଷାତକାର ଦେଇ ଏସମ୍ପର୍କରେ ମୁହଁ ଖୋଲିଛନ୍ତି।

ଅଙ୍କିତା କହିଛନ୍ତି, ‘ଲୋକମାନେ କହୁଛନ୍ତି, ମୁଁ ସୁଶାନ୍ତଙ୍କୁ ଛାଡ଼ି ଦେଇଥିଲି ବୋଲି, ହେଲେ ଆପଣ ଜାଣନ୍ତି କି, ପ୍ରକୃତରେ କ’ଣ ହୋଇଥିଲା ? ବ୍ରେକ୍‌ ଅପ୍‌ ପରେ ମୁଁ ମୋ ଜୀବନକୁ ଶେଷ କରି ଦେବାକୁ ଚାହୁଁଥିଲି। ହେଲେ ଆଜି ଲୋକ ମୋତେ କହୁଛନ୍ତି, ମୁଁ ସୁଶାନ୍ତଙ୍କୁ ଛାଡ଼ି ଦେଇଥିଲି। ହେଲେ ଆପଣ ଏହି କଥା କେମିତି ଜାଣିଲେ ? କେହିବି ମୋ ବିଷୟରେ କିଛି ଜାଣି ନାହାନ୍ତି। ସୁଶାନ୍ତ..ମୁଁ ଏଠି କାହା ଉପରେ ବି ଅଭିଯୋଗ ଆଣୁ ନାହିଁ। କିନ୍ତୁ ମୋତେ ଲାଗୁଛି ଯେ, ସେ(ସୁଶାନ୍ତ) ତାଙ୍କର ନିଷ୍ପତ୍ତି ସ୍ପଷ୍ଟ କରି ଦେଇଥିଲେ। ସେ ନିଜର କ୍ୟାରିୟରକୁ ବାଛି ଆଗକୁ ବଢ଼ି ଥିଲେ। ହେଲେ ଅଢେଇ ବର୍ଷ ପରେ ଏହା ସହ ଜଡ଼ିତ ଅନେକ ଜିନିଷକୁ ନେଇ ମୁଁ ସଂଘର୍ଷ କରୁଛି’।

ଅଙ୍କିତା ଆହୁରି କହିଛନ୍ତି, ‘ ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌ ପରେ ମୋ ଜୀବନର ସବୁକିଛି ଶେଷ ହୋଇଯାଇଥିଲା। ମୁଁ ବହୁତ ଭାଙ୍ଗି ପଡ଼ିଥିଲି। ଏପରିକି ମୁଁ ମୋ ଜୀବନକୁ ଶେଷ କରି ଦେବାକୁ ଚାହୁଁଥିଲି। ହେଲେ ଏଭଳି କଠିନ ସମୟରେ ପରିବାର ଲୋକ ମୋ ସହ ଛିଡ଼ା ହୋଇଥିଲେ। ଫଳରେ ମୁଁ ଏଥିରୁ ବାହାରି ପାରିଥିଲି। ବ୍ରେକ୍‌ ଅପ୍‌ ପରେ ମୋ ମନରେ ଅନେକ ନକାରାତ୍ମକ ଭାବନା ଆସୁଥିଲା। ହେଲେ ପରେ ଭାବଲି, ସୁଶାନ୍ତ ତାଙ୍କ ରାସ୍ତା ବାଛି ନେଇଛନ୍ତି ଓ ତାଙ୍କୁ ମୁଁ ପୁରା ଅଧିକାର ଦେଇଛି।’

ସୂଚନାଥାଉକି, ଗତବର୍ଷ ଜୁନ୍ ୧୪ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଝୁଲନ୍ତା ଅବସ୍ଥାରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ୍‌। ଏହା ହତ୍ୟା କି ଆତ୍ମହତ୍ୟା, ଏହା ଏବେବି ରହସ୍ୟ ଘେରରେ।

ଆହୁରି ପଢନ୍ତୁ : ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

You might also like