ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଘରୁ ବାହାରିଲେ ଅଙ୍କିତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ ଯିବାର ଇତି ମଧ୍ୟରେ ଦେଢମାସ ବିତି ଗଲାଣି। ଜୁନ୍‌ ୧୪ ତାରିଖ ତାଙ୍କର ବାନ୍ଦ୍ରା ସ୍ଥିତ ଘରେ ସୁଶାନ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ତାଙ୍କର ଏକ୍ସ ଗର୍ଲ ‍ଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ଅକସ୍ମାତ ମୃତ୍ୟୁ ତାଙ୍କ ପାଇଁ ଥିଲା ଏକ ବଡ ଧକ୍କା।

ପ୍ରାୟ ଦେଢ ମାସ ପରେ ଅଙ୍କିତା ପ୍ରଥମ ଥର ପାଇଁ ଘରୁ ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି।

ଭିଡିଓରେ ଅଙ୍କିତା ଏକ ଗ୍ରୋସରୀ ଦୋକାନରେ କିଛି ଜିନିଷ କିଣୁଥିବା ଦେଖିବାକୁ ମିଳିଛି।  ଅଙ୍କିତାଙ୍କୁ ଯେତେବେଳେ କୌଣସି ଗ୍ରୋସରି ଦୋକାନରେ କିଛି କିଣୁଥିବାର ନଜରକୁ ଆସିଥାଏ, ତା’ ପରେ ଦେଖିବାକୁ ମିଳିଥାଏ ସେ ଚକ୍‌ଲେଟ ବାଣ୍ଟୁଛନ୍ତି।  ଏଥର ମଧ୍ୟ ସେ ଦୋକାନରୁ କିଛି ଚକୋଲେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳିଛି।

ତାଙ୍କର ଏପରି କାମକୁ ଅନେକ ପ୍ରଶଂସା କରୁଛନ୍ତି। ଏପରିକି ଅଙ୍କିତାଙ୍କର ଏହି ଭିଡିଓକୁ ତାଙ୍କର ଫ୍ୟାନ୍‌ କ୍ଲବ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି।

ଏଠି କହି ରଖିବୁ, ସୁଶାନ୍ତ ସିଂହ ରାଜପୁତ୍‌ ଟିଭି ସିରିଏଲ୍‌ ‘କିସ୍‌ ଦେଶ୍‌ ମେ ହୈ ମେରା ଦିଲ୍‌’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ଜି ଟିଭିର ପବିତ୍ର ରିସ୍ତାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସିରିୟଲରେ ସୁଶାନ୍ତ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ସିରିୟଲରୁ ହିଁ ଅଙ୍କିତାଙ୍କ ସହ ତାଙ୍କ ସମ୍ପର୍କ।

 

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

You might also like