ଇମୋସ୍‌ନାଲ୍ ପୋଷ୍ଟ୍‌ ଶେଆର୍‌ କଲେ ଅନୀଲ୍‌ କପୁର୍‌

ମୁମ୍ବାଇ: ଅନୀଲ କପୁର ବଲିଉଡ୍‌ର ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଅନେକ ଫିଲ୍ମ ସୁପରହିଟ୍‌ ହୋଇଛି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍‌ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ହିଟ୍ ଫିଲ୍ମ ପାଇଁ ଝୁରି ହେଉଥିଲେ। ଆଉ ସେ ଦିନର କଥାକୁ ମନେ ପକାଇ ଅନୀଲ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ୩୬ ବର୍ଷ ତଳର ଏକ ଫଟୋ ଶେଆର୍ କରିବା ସହ ଏକ ଭାବବିହ୍ୱଳ ପୋଷ୍ଟ୍ ଲେଖିଛନ୍ତି।

ଅନୀଲ ‘ଓ ସାତ୍‌ ଦିନ୍‌’ ଫିଲ୍ମର ଏକ ଫଟୋ ଶେଆର କରି ଲେଖିଛନ୍ତି, “୧୯୭୭ରୁ ୧୯୮୩ ପର୍ଯ୍ୟନ୍ତ ମୁଁ କାମ କରିଥିଲି। ଏକ ଭଲ ସୁଯୋଗ ପାଇଁ ସଂଘର୍ଷ କରୁଥିଲି ଯାହା ସବୁ କିଛି ପରିବର୍ତ୍ତନ କରି ଦେଇଥା’ନ୍ତା। ଆଉ ‘ଓ ସାତ୍ ଦିନ୍‌’ ଥିଲା ସେହି ସୁଯୋଗ। ତା’ପରେ ସବୁ ସ୍ୱପ୍ନ ସତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଯାହା କରୁଛି ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି।’’

ଅନୀଲ୍‌ କପୁର ଶେଷଥର ପାଇଁ ‘ଟୋଟାଲ୍‌ ଧମାଲ୍‌’ ଓ ‘ଏକ ଲଡ୍‌କୀ କୋ ଦେଖା ତୋ ଐସା ଲଗା’ ଫିଲ୍ମରେ ଅଭିନୟ କରିଥିଲେ। ତେବେ ଆଗକୁ ତାଙ୍କର ତିନିଟି ଫିଲ୍ମ ଆସୁଛି। ସେଗୁଡ଼ିକ ହେଉଛି- ‘ମଲଙ୍ଗ୍‌’, ‘ମୁମ୍ବାଇ ସାଗା’ ଓ ‘ପାଗଲ୍‌ପନ୍ତି’। ଏହିସବୁ ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ।

ଆହୁରି ପଢ଼ନ୍ତୁ

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

You might also like