ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅମରେଶ ପୁରୀଙ୍କ ନାତି

ମୁମ୍ବାଇ: ୨୦୧୮ରେ ଆଉଜଣେ ଷ୍ଟାରକିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଜାହାଙ୍କ ନାମ ହେଉଛି ବର୍ଦ୍ଧନ ପୁରୀ। ସେ ବଲିଓଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କ ନାତି। ଏହା ପୂର୍ବରୁ ବର୍ଦ୍ଧନ ‘ଇସକ୍‌ଜାଦେ’ ଓ ‘ଦାୱତ୍‌ ଏ ଇସ୍କ’ ପାଇଁ ପରଦା ପଛରେ କାମ କରିସାରିଛନ୍ତି। ଏହା ସହିତ ମନିଷ ଶର୍ମାଙ୍କ ସହିତ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ପାଇଁ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି।   

ଖବର ଅନୁଯାୟୀ ବର୍ଦ୍ଧନ ପୁରୀ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ପାଇଁ ସାଇନ୍‌ କରିସାରିଛନ୍ତି। ଯାହାକୁ ନିର୍ମାଣ କରୁଛନ୍ତି ଜୟନ୍ତୀଲାଲ୍‌ ଗଡ୍ଡା। ବର୍ଦ୍ଧନ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେ ପ୍ରଥମେ ଏକ ପିରିୟଡ୍ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫାଇନାଲ୍‌ କରାଗଲା। ବର୍ଦ୍ଧନଙ୍କ କହିବା ଅନୁଯାୟୀ ଏହି ସିନେମାର କାହାଣୀ ହଲିଉଡ୍‌ ଚଳଚ୍ଚିତ୍ର ଗନ୍‌ ଗର୍ଲଭଳି ରହିବ। ଏଥିସହିତ ବର୍ତ୍ତମାନ ଏହି ସିନେମାର ମୁଖ୍ୟ ଅଭିନେତ୍ରୀ ଓ ଡାଇରେକ୍ଟରଙ୍କ ନାମ ଚୟନ ଉପରେ କାମ ଚାଲିଛି। ଏହି ସିନେମାଟି ଦିଲ୍ଲୀ ଓ ଶିମ୍‌ଲାରେ ସୁଟିଙ୍ଗ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

You might also like