ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ବିଗ୍‌ ବି, ତକିଆ ତଳେ ଜୋତା ରଖି ଶୋଉଥିଲେ

ମୁମ୍ବାଇ: ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୧୯୪୨ ମସିହା ଅକ୍ଟୋବର ୧୧ତାରିଖରେ ଉତ୍ତରପ୍ରଦେଶ ଆଲାହାବାଦ୍‌ରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ୨୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଥରେ ୱାହିଦା ରେହମାନ୍‌ଙ୍କ ଜୋତା ଉଠାଇଥିଲେ। ଯାହାକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହେଉଥିଲା।

ଥରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ରେ ଯୋଗ ଦେଇ ବିଗ୍‌ ବି କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍‌ଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା। ସେହି ଫିଲ୍ମର ଗୋଟିଏ ସିନ୍‌ରେ ସୁନୀଲ ଦତ୍ତ ଓ ୱାହିଦାଙ୍କୁ ଖାଲି ପାଦରେ ମରୁଭୂମିର ବାଲିରେ ବସିବାର ଥିଲା। କିନ୍ତୁ ସେତେବେଳେ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଜୋତା ପିନ୍ଧି ବି ବାଲିରେ ଛିଡ଼ା ହେବା ଅସମ୍ଭବ ଥିଲା। ମୁଁ ଏହି କଥାକୁ ନେଇ ଚିନ୍ତିତ ହୋଇଯାଇ ଥିଲି। ୱାହିଦା ଏପରି ପରିସ୍ଥିତିରେ ବିନା ଜୋତାରେ କିପରି ଶୁଟିଂ କରିବେ ବୋଲି ଭାବିଥିଲି। ସେଥିପାଇଁ ଡାଇରେକ୍ଟର ବ୍ରେକ୍‌ ଦେବା ମାତ୍ରେ ସମୟ ନଷ୍ଟ ନ କରି ୱାହିଦାଙ୍କ ଜୋତା ଉଠାଇ ମୁଁ ସିଧା ସେଟ୍‌ ପାଖକୁ ଦୌଡ଼ିଥିଲି। ସେହି ସମୟ ମୋ ପାଇଁ କେତେ ମୂଲ୍ୟବାନ ଥିଲା ତାହା ମୁଁ ପ୍ରକାଶ କରି ପାରିବି ନାହିଁ।’

ବିଗ୍‌ ବି ଆହୁରି କହିଥିଲେ,“ଦିଲ୍ଲୀପ କୁମାର ଓ ୱାହିଦା ରେହମାନ୍‌ ମୋ ଜୀବନର ଆଦର୍ଶ। ଆଜି ପର୍ଯ୍ୟନ୍ତ ୱାହିଦା ରେହମାନ୍‌ ମୋ ପାଇଁ ସବୁଠାରୁ ସୁନ୍ଦର ମହିଳା। ଭଲ ଅଭିନେତ୍ରୀ ସହିତ ସେ ଜଣେ ଭଲ ମଣିଷ ମଧ୍ୟ। ମୋ ପାଇଁ ୱାହିଦା ଜଣେ ଭାରତୀୟ ଆଦର୍ଶ ନାରୀର ଉଦାହରଣ। ”

ଏଥିସହ ବିଗ୍‌ ବି  କୌନ୍‌ ବନେଗା କରୋଡ୍‌ ପତି ଶୋରେ ତାଙ୍କର ଏକ ନିଆରା ଅଭ୍ୟାସ ବିଷୟରେ କହିଥିଲେ। ସେ ତକିଆ ତଳେ ଜୋତା ରଖି ଶୋଇବା କଥା କହିଥିଲେ। ବିଗ୍‌ ବି କହିଥିଲେ, ‘ଯଦି ମୋତେ କୌଣସି ଜିନିଷ ପସନ୍ଦ ଆସୁଥିଲା, ତା’ହେଲେ ମୁଁ ବାପାମା’ଙ୍କୁ କହୁ ନଥିଲି। କାରଣ ମୁଁ ଚାହୁଁ ନଥିଲି ଯେ ତାଙ୍କର ଉପରେ କୌଣସି ଚାପପଡୁ। ମତେ ଯଦି କୌଣସି ଜୋତା ପସନ୍ଦ ହେଉଥିଲା, ପରେ ମୋ ବାପା ମା’ ସେହି ଜୋତା ମୋ ପାଇଁ କିଣି ଆଣୁଥିଲେ। ସେହି ଜୋତାକୁ ମୁଁ ଖୁସିରେ ମୋ ତକିଆ ତଳେ ରଖି ଶୋଉଥିଲି।’

 

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

You might also like