ହ୍ୟାକ୍‌ ପରେ ରିକଭର୍‌ ହେଲା ବିଗ୍‌ବିଙ୍କ ଟ୍ୱିଟର୍‌ ଆକାଉଣ୍ଟ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି।

ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ଏହା ଜଣା ପଡ଼ିବାର କିଛି ସମୟ ପରେ ବିଗ୍‌ବିଙ୍କର ଆକାଉଣ୍ଟକୁ ରିକଭର କରାଯାଇଛି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍‌ ମଧ୍ୟ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି।

ମୁମ୍ବାଇ ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି। ମୁମ୍ବାଇ ପୁଲିସ୍‌ର ପିଆର୍‌ଓଙ୍କ କହିବା ଅନୁଯାୟୀ ଏହି ଘଟଣା ବିଷୟରେ ମୁମ୍ୱାଇ ସାଇବର ସେଲ୍‌କୁ ଅବଗତ କରା ସରିଛି। ବର୍ତ୍ତମାନ ସାଇବର ସେଲ୍‌ ଏହି ହ୍ୟାକିଂ ପଛରେ କାହାର ହାତ ଅଛି ତା’ର ତଦନ୍ତ କରୁଛି।

ଗତବର୍ଷ ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଥିଲା। ସୂଚନା ମୁତାବକ, ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଆକାଉଣ୍ଟକୁ ପାକିସ୍ତାନର ସମର୍ଥକ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍‌’ ହ୍ୟାକ୍‌ କରିଥିଲେ। ପୂର୍ବରୁ ଏହା ବରିଷ୍ଠ ଅଭିନେତା ଅନୁପମ ଖେର୍‌, ସାହିଦ କପୁର ଓ ୟାମି ଗୌତମଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ କରିନେଇଥିଲା।

କେବଳ ଅଭିନେତା ନୁହେଁ ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଓ ବରିଷ୍ଠ ସାମ୍ବାଦିକ ବା ସାଂସଦ ସ୍ୱପ୍ନ ଦାସଗୁପ୍ତାଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଟ୍ୱିଟର୍‌ ପକ୍ଷରୁ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଥିଲା । ଏହାକୁ ମଧ୍ୟ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍‌’ ହ୍ୟାକ କରିଥିବା ଜଣାପଡିଥିଲା ।

ଆହୁରି ପଢ଼ନ୍ତୁ

ଆମେରିକାରେ ଓଡ଼ିଆ ଫିଲ୍ମ

ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

You might also like