କରୋନାକୁ ଓଲଟା ପଢ଼ିବାକୁ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଭାଇରସ  ବିଷୟରେ ନିଜ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି। ବିଗ୍ ବି ବାରମ୍ୱାର ମହାମାରୀ କରୋନା ଭାଇରସ ବିଷୟରେ ଲୋକମାନଙ୍କୁ ସଚେତନ କରିବାପାଇଁ ନିଜ ଟ୍ୱିଟ୍‌ରରେ ବିଭିନ୍ନ ତଥ୍ୟ ପୋଷ୍ଟ କରୁଛନ୍ତି। ଏବେ ବଚ୍ଚନ ଟ୍ୱିଟରେ ତାଙ୍କର ବ୍ଳାକ ଆଣ୍ଡ ହ୍ୱାଇଟ୍‌ର ଏକ ଫଟୋକୁ ସେୟାର କରି ଲୋକମାନଙ୍କୁ କହିଛନ୍ତି ଯେ କରୋନାକୁ ବଢ଼ିବାକୁ ଦିଅ ନାହିଁ।

ଅମିତାଭ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଖବରଦାର- ‘ଘରେ ରୁହ,ବାହାରକୁ ଯାଅ ନାହିଁ’ ଏହି କରୋନାକୁ ଓଲଟା ହେବାକୁ ଦିଅ ନାହିଁ। ନା ନା ଆପଣମାନେ ମୋ କଥାକୁ ବୁଝିପାରିଲେ ନାହିଁ? କରୋନାକୁ ଓଲଟା ପଢ଼ନ୍ତୁ ବୁଝିପାରିବେ। ‘ନାରୋକ’! କରୋନାକୁ ବଢ଼ିବାକୁ ଦିଅ ନାହିଁ। ବଚ୍ଚନଙ୍କ ଏହି ଟ୍ୱିଟକୁ ଅନେକ ଲୋକ ପସନ୍ଦ କରିଛନ୍ତି ଏବଂ ସେୟାର ମଧ୍ୟ କରିଛନ୍ତି। ପୂର୍ବରୁ ଅମିତାଭ ଏକ ଭିଡିଓକୁ ଟ୍ୱିଟରେ ସେୟାର କରିଥିଲେ।  ଭିଡିଓରେ ଘରକୁ ଆସୁଥିବା ଜଣେ ଅତିଥିଙ୍କୁ ଲୋକେ ସାନିଟାଇଜର ସ୍ପ୍ରେ କରି ସଫା କରି ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା।

ଅମିତାଭ ବଚ୍ଚନ କରୋନା ଭାଇରସକୁ ନେଇ ଅନେକ ତଥ୍ୟ ଟ୍ୱିଟ୍ କରିଛନ୍ତି। ଗତ କିଛି ଦିନ ପୂର୍ବରୁ ସେ ଟ୍ୱିଟରେ ଲେଖିଥିଲେ ଯେ ଆମେ ଏହି ୨୦୨୦କୁ ବିଲୋପ କରିପାରିବୁ ନାହିଁ। କାରଣ ଏଥିରେ ଏକ ଭାଇରସ ଅଛି। ଅମିତାଙ୍କ ପାଖରେ ଏବେ ବି ଅନେକ ପ୍ରୋଜେକ୍ଟ କାମ ପାଇଁ ଅଛି। ଖୁବ୍‌ ଶୀଘ୍ର ତାଙ୍କୁ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ତେବେ କରୋନା ଭାଇରସ ସଂକ୍ରମଣ ପାଇଁ ସମସ୍ତ ଚଳଚ୍ଚିତ୍ରର ସୁଟିଂ ବନ୍ଦ କରାଯାଇଛି।

You might also like