ବାପାଙ୍କ କବିତା ସହ ସ୍ୱାଧୀନତା ଦିବସ ପାଳିଲେ ବିଗ୍‌ ବି

ମୁମ୍ବାଇ: ଦେଶକୁ ସ୍ୱାଧୀନତା ମିଳିବାର ୭୧ ବର୍ଷ ପୂରା ହୋଇଗଲା। ସ୍ୱାଧୀନତାର ଏହି ଉତ୍ସବରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନେ ନିଆରା ଢଙ୍ଗରେ ସ୍ୱତନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମହାନାୟକ ଅମିତାଭ ବଚ୍ଚନ ତାଙ୍କ ବାପା (ହରିବଂଶ ରାୟ ବଚ୍ଚନ)ଙ୍କ କବିତାକୁ ସେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଗ୍‌ ବି ଏହି ପୋଷ୍ଟ ସହିତ ଲେଖିଛନ୍ତି “ ଆମେ ସ୍ୱାଧୀନ, ଓ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭକାମନା ଏବଂ ଏହି ଅବସରରେ ପୂଜ୍ୟ ପିତାଜୀଙ୍କର ଏକ କବିତା”

୧୫ ଅଗଷ୍ଟରେ ଅମିତାଭ ବଚ୍ଚନଙ୍କ ସୁପର ହିଟ୍‌ ସିନେମା ‘ଶୋଲେ‘  ରିଲିଜ୍‌ ହୋଇଥିଲା। ଏହି ସିନେମା ଟି ୪୩ ବର୍ଷ ପୂରା କରିଥିବାବେଳେ ବିଗ୍‌ ବି ଆଜି ଏହାର ଏକ ପୂରୁଣା ପୋଷ୍ଟରକୁ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋ ସହିତ ଏହାର କ୍ୟାପସ୍‌ନ ଲେଖିଛନ୍ତି “ ଏହି ସିନେମା ୧୫ ଅଗଷ୍ଟରେ ରିଲିଜ୍‌ ହୋଇଥିଲା, ଏହା କହିବା ପରେ ଆଉ କିଛି ଲେଖିବାର ଆବଶ୍ୟକତା ନାହିଁ।

You might also like