୭୬ ବର୍ଷରେ ବିଗ୍ ବି

୫ ଦଶନ୍ଧି ଧରି ବଲିଉଡକୁ ସେ ଦେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଯାହା ତାଙ୍କୁ ପହଞ୍ଚାଇଛି ସଫଳତାର ଶୀର୍ଷରେ। ଯେଉଁ ସିନେମାରେ ସେ ଥାଆନ୍ତି, ତାଙ୍କର ଥାଏ ଦମ୍‌ଦାର ଭୂମିକା । ସେ ହେଉଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ। ୭୬ ବର୍ଷରେ ପାଦ ଦେଇଛନ୍ତି ଶତାବ୍ଦୀର ଏହି ମହାନାୟକ ଅମିତାଭ ବଚ୍ଚନ।

ବିଗ୍ ବିଙ୍କ ବାର୍ଥ ଡେ ସେଲିବ୍ରେସନ କରିବା ପାଇଁ ଜମିଛି ପ୍ରଶଂସଙ୍କ ଭିଡ଼ । ଘର ବାହାରେ ଅପେକ୍ଷା କରିଛନ୍ତି ଶହ ଶହ ସମର୍ଥକ ।  ସିନିୟର ବଚ୍ଚନଙ୍କୁ ବାର୍ଥି ଓ୍ୱିସ୍ ପାଇଁ ଭୋରରୁ ହିଁ ଭିଡ଼ ଲଗାଇଛନ୍ତି ପ୍ରଶଂସକ। ମୁମ୍ବାଇ ସମେତ ଦେଶର କୋଣ ଅନୁକୋଣରୁ ଅାସିଥିବା ପ୍ରଶଂସକଙ୍କ ମୁହଁରେ ଅମିତାଭଙ୍କ ଫିଲ୍ମ ଡାଏଲଗ। କେବଳ ଡାଇଲଗ କାହିଁକି ଅବିକଳ ଅମିତାଭଙ୍କ ଗେଟଅପ୍‌ରେ ଅାସିଛନ୍ତି ପ୍ରଂଶସକ।

ଅମିତାଭଙ୍କ ଅପ୍‌କମିଙ୍ଗ ମୁଭି ‘ଠଗସ୍ ଅଫ୍ ହିନ୍ଦୁସ୍ଥାନୀ’ରେ ଅମିତାଭ ଚରିତ୍ର ଅନୁସାରେ ନିଜକୁ ପ୍ରସ୍ତୁତ କରିଛନ୍ତି ଜଣେ ପ୍ରଶଂସକ। ମୁମ୍ବାଇର ଗଳି କନ୍ଦିରେ ବଚ୍ଚନଙ୍କ ପୋଷ୍ଟରର ଲାଗିଛି। ଅମିତାଭ ବଚ୍ଚନ ଫ୍ୟାନ୍‌ କ୍ଲବ, ଅମିତାଭ ବଚ୍ଚନ ଏକ୍ସେଟେଣ୍ଡେଡ ଫେମିଲି ବି ବିଗ୍ ବି’ଙ୍କ ଜନ୍ମଦିନକୁ ନିଅାରା ଢଙ୍ଗରେ ପାଳନ କରିଛନ୍ତି। ସବୁଠାରୁ ଅଧିକ ଖାସ୍ ହେଉଛି ଅମିତାଭଙ୍କ ଜନ୍ମଦିନକୁ ସ୍ମୃତିମୟ କରିବା ପାଇଁ ଅର୍ଗାନ ଡୋନେସନ୍ ଡ୍ରାଇଭ ବି କରିଛନ୍ତି କିଛି ପ୍ରଶଂସକ।

ଆଉମଧ୍ୟ ଅମିତାଭ ବଚ୍ଚନଙ୍କ ରିଲିଜ ହେବାକୁ ଥିବା ତେଲୁଗୁ ଫିଲ୍ମ ‘ସେରା ନରସିମହା ରେଡ୍ଡି’ର ଫାଷ୍ଟ ଲୁକ୍‌କୁ, ପ୍ରଯୋଜନା ସଂସ୍ଥା ସୋସିଅାଲ ମିଡିଅାରେ ସେୟାର କରିଛି। ୫ ଦଶନ୍ଧି ଧରି ଫିଲ୍ମ ଜରିଅାରେ ଦର୍ଶକଙ୍କୁ ପ୍ରଭାବିତ କରିଅାସିଛନ୍ତି ଅମିତାଭ। ନିଅାରା ଅଭିନୟ କଳା ମାଧ୍ୟମରେ ଦର୍ଶକଙ୍କ ପ୍ରିୟ ହୋଇପାରିଥିବା ଅମିତାଭ ସବୁବେଳ ଭିନ୍ନ ଭିନ୍ନ ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଅାସିଛନ୍ତି। ୧୯୪୨ ମସିହା ଅାଜିର ଦିନରେ ଜନ୍ମ ଗ୍ରହଣ କରିଥିବା ଅମିତାଭ ୭୦ ଦଶକର ଫିଲ୍ମ ଜଞ୍ଜିର, ଦିଓ୍ୱାରରେ ଲୋକପ୍ରିୟତା ହାସଲ କରିଥିଲେ। ଯାହା ଅାଜି ପର୍ଯ୍ୟନ୍ତ ଟିଭି ଓ ସିନେମାରେ ପ୍ରତିଫଳିତ ହେଉଛି।

You might also like
Comments
Loading...