ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି।

ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ  ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଫଟୋ ସହ ଆଉ କିଛି ଫଟୋ ମଧ୍ୟ ସେ ଶେୟାର କରିଛନ୍ତି । ଏସବୁ ଫଟୋରେ ତାଙ୍କ ଘର ସମ୍ମୁଖରେ ଲୋକ ଭିଡ଼ ଥିବା ଦେଖିବାକୁ ମିଳିଛି।

ଏହି ଫଟୋକୁ ପୋଷ୍ଟ କରି ଅମିତାଭ ଲେଖିଛନ୍ତି, ‘ମୁଁ ମନା କରିଥିଲି, ତଥାପି ରବିବାର ମୋତେ ଦେଖା କରିବାକୁ ଲୋକ ଆସୁଛନ୍ତି। କିନ୍ତୁ ମୁଁ ବାହାରକୁ ଆସି ପାରୁ ନ ଥିବାରୁ କ୍ଷମା ମାଗୁଛି।’

ବିଗ୍‌ ବି’ଙ୍କର ଏହି ପୋଷ୍ଟରୁ ଏକଥା ସ୍ପଷ୍ଟ ହେଉଛି ଯେ, କୌଣସି କାରଣରୁ ସେ ବାହାରକୁ ଆସୁ ନାହାନ୍ତି। ଯେଉଁଥିପାଇଁ ସେ ତାଙ୍କ ଫ୍ୟାନ୍ସମାନଙ୍କୁ କ୍ଷମା ମାଗୁଛନ୍ତି।

ଏଠି କହି ରଖିବୁ, ପ୍ରତି ରବିବାର ଫ୍ୟାନ୍ସମାନେ ଦେଖା କରିବା ପାଇଁ ତାଙ୍କ ଘର ସାମ୍ନାରେ ଭିଡ ଜମାନ୍ତି ଆଉ ଅମିତାଭ ବଚ୍ଚନ ବାହାରକୁ ଆସି ସେମାନଙ୍କୁ ସକ୍ଷାତ କରିଥାନ୍ତି।

ଅମିତାଭ ଆଜିକାଲି ‘କୌନ ବନେଗା କରୋଡପତି’ ରେ ଦେଖିବାକୁ ମିଳୁଛନ୍ତି।  ଏହାବ୍ୟତୀତ ବଲିଉଡ୍‌ର ଆହୁରି ୪ଟି ଫିଲ୍ମରେ ବି ତାଙ୍କୁ ଦେଖିବାକୁ ମିଳିବ। ଏହିସବୁ ଫିଲ୍ମ ଖୁବ୍‌ ଶୀଘ୍ର ଆସୁଛି।

 

You might also like