ଭିଡିଓ ସେୟାର କରି ହେଲଥ୍‌ ଅପଡେଟ୍‌ ଦେଲେ କମେଡିଆନ୍‌ ଭାରତୀ

ମୁମ୍ବାଇ: କିଛି ଦିନ ପୂର୍ବରୁ କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି।

ଭାରତୀ କହିଛନ୍ତି ଯେ, “ଏବେ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି। କ୍ଷମା କରିବେ ମୁଁ ଆପଣଙ୍କ ଫୋନ୍‌କଲ ଏବଂ ମେସେଜର ଉତ୍ତର ଦେଇପାରିନାହିଁ। ମୋତେ ଡେଙ୍ଗୁ ପରି ଗୋଟେ ସାମାନ୍ୟ ରୋଗ ହୋଇଥିଲା। ଗୋଟେ କିମ୍ବା ଦୁଇ ଦିନରେ ମୁଁ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବି। ଆପଣ ନିଜର ଧ୍ୟାନ ରଖିବେ। ମଶାକୁ ମାରି ଦିଅନ୍ତୁ। ମୋର ଆରୋଗ୍ୟ କାମନା କରିଥିବାରୁ ଆପଣଙ୍କୁ ଧନ୍ୟବାଦ।”

ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତର କହିଥିଲେ।

ଉଲ୍ଲେଖନୀୟ ଯେ, ଭାରତୀ ଓ ହର୍ଷ ‘ବିଗ୍ ବସ୍ ସିଜନ୍ ୧୨’ରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଗୋଆରେ ହେଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ସଲମାନ୍ ଖାନ୍‌ଙ୍କ ସହ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତେବେ ସେମାନେ ‘ବିଗ୍ ବସ୍’ର ନୂଆ ସଜିନ୍‌ରେ ସାମିଲ ହୋଇ ନାହାନ୍ତି।

 

You might also like