ପୂରା ହେଲା ଆଲିଆଙ୍କର ବହୁଦିନର ସ୍ୱପ୍ନ

ମୁମ୍ବାଇ: ଚୁଲ୍‌ବୁଲି ଆଲିଆ ଭଟ୍ଟଙ୍କୁ ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବନି। ଏତେ କମ୍‌ ବୟସରେ ବଲିଉଡ୍‌ରେ ସେ ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍‌ ଫଲୋଇଙ୍ଗ୍‌। ଆଉ ଭାବିଲେ ଦେଖି ଆଲିଆଙ୍କର ଯଦି କିଛି ସ୍ୱପ୍ନ ପୂରା ହେବ ତାଙ୍କ ଫ୍ୟାନ୍‌ମାନେ କେତେ ଖୁସି ନ ହେବେ।  ଆମେ ଏମିତି କହିବାର ଅର୍ଥ ହେଉଛି ଆଲିଆଙ୍କର ପିଲାଦିନର ଏକ ସ୍ୱପ୍ନ ପୂରା ହୋଇଛି।

ଆଉ ସେ ତାଙ୍କ ଖୁସିକୁ ଲୁଚାଇ ନ ପାରି ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି। ତେବେ ଆଲିଆଙ୍କର ସେ ସ୍ୱପ୍ନ ଟି କ’ଣ ଜାଣିଛନ୍ତି?

ସେ ସ୍ୱପ୍ନଟି ହେଉଛି, ଆଲିଆ ବହୁଦିନରୁ ସ୍ୱପ୍ନ ଦେଖୁଥିଲେ ଯେ ସେ କେବେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏବଂ ଦବଙ୍ଗ ଖାନ୍‌ ସଲ୍‌ମାନଙ୍କ ସହ କାମ କରିବେ। ଆଉ ବଲିଉଡ୍‌ରେ ୭ ବର୍ଷ ଅଭିନୟ କରିବା ପରେ ଏହି ସ୍ୱପ୍ନ ଏବେ ତାଙ୍କର ପୂରା ହେବାକୁ ଯାଉଛି।

ସେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ “ଇନ୍‌ସାଆଲ୍ଲା” (Inshallah)ରେ ଅଭିନୟ କରିବେ। ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ସଲ୍‌ମାନ ଖାନ୍‌ ଅଭିନୟ କରିବେ।

ଆଲିଆ ଭଟ୍ଟ ଏହି ଘଟଣାକୁ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, “ଖୋଲା ଆଖିରେ ସ୍ୱପ୍ନ ଦେଖିବା ଦରକାର ଆଉ ମୁଁ ଏହା କରିଛି। ବଲିଉଡ୍‌ରେ ସଞ୍ଜୟ ଲୀଲା ଭଂସାଲୀ ଆଉ ସଲମାନ ଦୁହେଁ ଧମାଲ୍‌ କରନ୍ତି। ମୁଁ ସେ ଦୁହିଁଙ୍କ ସହ କାମ କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ”।

ଏହା ପୂର୍ବରୁ ଆଲିଆ ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, “ମୁଁ ଯେତେବେଳେ ୯ ବର୍ଷର ହୋଇଥିଲି ସେତେବେଳେ ସଞ୍ଜୟ ଲୀଲା ଭଂସାଲୀଙ୍କ ଅଫିସ୍‌ ଯାଇଥିଲି। ସବୁବେଳେ ମୁଁ ଚାହୁଁଥିଲି ଯେ, ମୁଁ ତାଙ୍କ ଆଗାମୀ ଫିଲ୍ମରେ କାମ କରିବି। ଆଉ ତାହା ଏବେ ସତ ହେଲା”।

 

ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ “କଲଙ୍କ” ଆସିବାକୁ ଯାଉଛି। କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା। ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହ ବରୁଣ ଧୱନ୍‌, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟିଜର୍‌କୁ ଦର୍ଶକଙ୍କ ଖୁବ୍‌ ରବଲ ପାଇବା ମିଳିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

You might also like