ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ମୁମ୍ବାଇ: ସଲମାନ ଖାନ୍ ଓ ଗୋବିନ୍ଦା-ଦୁଇ ସୁପରଷ୍ଟାରଙ୍କ ସୁପରିହଟ୍‌ ଫିଲ୍ମ ‘ପାର୍ନଟର’ ରେ ଦୁଷ୍ଟାମି କରୁଥିବା ସେଇ କୁନି ପିଲା କଥା ଆପଣଙ୍କର ମନେ ଅଛି ? ତା ହେଲେ ଚିହ୍ନନ୍ତୁ ତ ଏବେ ସେଇ ସୈତାନକୁ। ଚିହ୍ନି ପାରିବେନି ନିଶ୍ଚୟ ।

କାରଣ ଏହା ମଧ୍ୟରେ ସେ ଏତେ ବଡ଼, ଏତେ ଶାନ୍ତ ଆଉ ଏତେ ଭଲ ପିଲା ହୋଇ ଯାଇଛନ୍ତି ଯେ, ଚିହ୍ନିଲେ ବି ବିଶ୍ୱାସ କରିବେ ନାହିଁ। ସେ ହେଉଛନ୍ତି ଅଲୀ ହାଜୀ। ୯ ବର୍ଷ ପରେ ଏବେ ସେ ଫେରିଛନ୍ତି ବଡ଼ ପରଦାକୁ।

ପ୍ରଥମେ ହ୍ରିତିକ୍‌ ରୋଶନଙ୍କ ସହ ଫିଲ୍ମ ସିପର-୩୦ରେ ତାଙ୍କୁ ଦେଖିବା ପରେ  କୁନାଲ କପୁରଙ୍କ ସହ ‘ନୋବଲମ୍ୟାନ’ରେ ତାଙ୍କୁ ଭେଟିବେ ଦର୍ଶକ।

 

ହାଜୀଙ୍କୁ ପୂର୍ବରୁ ବଡ଼ ପରଦାରେ ଅଭିନୟ କରିଥିଲେ। ହେଲେ ଅମୀର ଖାନ-କାଜଲ ଅଭିନୀତ ଫିଲ୍ମ ‘ଫନା’ର ରେହାନ ଭୂମିକା ତାଙ୍କୁ ବେଶି ଲୋକପ୍ରିୟ କରାଇ ପାରିଥିଲା। ଏହାଛଡ଼ା ସୈଫ ଅଲ୍ଲୀ ଖାନ୍‌ଙ୍କ ସହ ‘ତା ରା ରମ ପମ୍‌’ ଫିଲ୍ମରେ ମଧ୍ୟ ସେ କାମ କରିଥିଲେ।

 

ତେବେ ସେ ସବୁଠୁ ବେଶି ଚର୍ଚ୍ଚିତ ହୋଇଥିଲେ ସଲମାନ ଖାନ ଏବଂ ଗୋବିନ୍ଦାଙ୍କ ଫିଲ୍ମ ‘ପାର୍ଟନର’ ରେ (୨୦୦୭)। ଏଥିରେ ସେ ଲାରା ଦତ୍ତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ସେ ଏତେ ଦୁଷ୍ଟାମି କରୁଥିଲେ ଯେ, ସଲମାନଙ୍କୁ ନାକରେ ପାଣି ପିଆଇ ଦେଉଥିଲେ। ହେଲେ ଦେଖନ୍ତୁ, ସେଇ ଦୁଷ୍ଟ ପିଲାଟି ଆଜି କେତେ ବଡ଼ ହୋଇଗଲାଣି ।

ପିଲାବେଳୁ ଆକ୍ଟିଂ ପ୍ରତି ରୁଚି ରଖିଥିବା ଅଲି ପାଠପଢା ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। ପଢା ସରିବା ପରେ ପୁଣି ଥରେ ଫିଲ୍ମ ଦୁନିଆକୁ ଏଣ୍ଟ୍ରି ମାରିଛନ୍ତି। ଅବଶ୍ୟ ଫିଲ୍ମ ସହ ସେ ବମ୍ବେ ୟୁନିଭର୍ସିଟିରେ ତାଙ୍କର ପଢା ବି ଜାରି ରଖିଛନ୍ତି।

ତେବେ ଫିଲ୍ମରୁ ସିନା ଦୂରେଇ ଯାଇଥିଲେ ଅଲୀ, ହେଲେ ସଲ୍‌ମାନଙ୍କ ଠାରୁ ଦୂରେଇ ନ ଥିଲେ। ତାଙ୍କ ସହ ଅଲୀଙ୍କର ବେଶ୍‌ ଭଲ

ସମ୍ପର୍କ ଥିଲା।

ଫିଲ୍ମ ‘ପାର୍ଟନର’ରେ ସେ ଯେଉଁ ସ୍କୁଟର ଚଲାଉଥିଲେ, ତାହାକୁ ସଲମାନ ଗିଫ୍ଟ ଭାବେ ଅଲୀଙ୍କୁ ଦେଇଥିଲେ। ଏହାଛଡ଼ା ସଲମାନଙ୍କ ବିଭିନ୍ନ ଇଭେଣ୍ଟରେ ଅଲୀ  ଆସନ୍ତି ଏବଂ ତାଙ୍କୁ ଦେଖା ମଧ୍ୟ କରନ୍ତି।

 

 

You might also like